ମୋଦୀ-ଜି ଭେଟ ପାଇଁ ସଜେଇ ହେଉଛି ତାମିଲନାଡୁର ମାମାଲ୍ଲପୁରମ୍‌, ଆଲୋଚନା ପୂର୍ବରୁ ଦୁଇ ନେତା ପରିଦର୍ଶନ କରିବେ ୪ଟି ଐତିହ୍ୟସ୍ଥଳୀ

Advertisment
ମୋଦୀ-ଜି ଭେଟ ପାଇଁ ସଜେଇ ହେଉଛି ତାମିଲନାଡୁର ମାମାଲ୍ଲପୁରମ୍‌, ଆଲୋଚନା ପୂର୍ବରୁ ଦୁଇ ନେତା ପରିଦର୍ଶନ କରିବେ ୪ଟି ଐତିହ୍ୟସ୍ଥଳୀ

Image Source: India Today

ମାମାଲ୍ଲପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକ ନିମନ୍ତେ ତାମିଲନାଡୁର  ମାମାଲ୍ଲପୁରମ୍‌ରେ ସାଜସଜ୍ଜା ଚାଲିଛି। ଶୁକ୍ରବାର ଅପରାହ୍ଣରେ ଚୀନ୍‌ର ରାଷ୍ଟ୍ରପତି ଚେନ୍ନାଇ ବିମାନ ବନ୍ଦରରେ ଅବତରଣ କରି ଏକ  ବିଳାସମୟ ହୋଟେଲ୍‌କୁ ଯିବେ।

ସେଠାରୁ ଯାଇ ସେ ଚା ପାନ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ସନ୍ଧ୍ୟା ୫ଟା ବେଳେ ମୋଦୀ ଏବଂ ଜୀ ମାମାଲ୍ଲପୁରମ୍‌ର ଚାରିଟି ପ୍ରଖ୍ୟାତ ସ୍ଥାପତ୍ୟ ବୁଲିଯିବେ।

ସେମାନେ ଅର୍ଜୁନଙ୍କ ତପସ୍ୟା, କୃଷ୍ଣଙ୍କ ଲବଣୀ ପିଣ୍ଡୁଳା, ପଞ୍ଚରଥ ଏବଂ ତଟ ମନ୍ଦିର ଦର୍ଶନ କରିବେ। ସେଥିପାଇଁ ଏସବୁ ସ୍ଥାପତ୍ୟଗୁଡ଼ିକୁ ପରିଷ୍କାର କରାଯାଇଛି। ଐତିହ୍ୟସ୍ଥଳୀ ଉପଭୋଗ କରିବାକୁ ନେତୃବର୍ଗଙ୍କ ନିମନ୍ତେ କାଠର ରାସ୍ତା ନିର୍ମାଣ କରାଯାଇଛି।

publive-image Image Source: India Today

ପ୍ରାକୃତିକ ଘାସ ଚେକା ବିଛାଯାଇଛି, ଲାଇଟ୍‌ ମଧ୍ୟ ଲଗାଯାଇଛି।

ଚୀନ୍‌ ଓ ଭାରତ ମଧ୍ୟରେ ସାଂସ୍କୃତିକ ବିନିମୟ ନିମନ୍ତେ ତଟ ମନ୍ଦିର ନିକଟରେ ଗୋଟାଏ ବୁଦ୍ଧ ପ୍ରତିମା ସ୍ଥାପନା କରାଯାଇଛି।

ନେତୃବୃନ୍ଦ ଐତିହ୍ୟସ୍ଥଳୀ ପରିକ୍ରମା କରି ସାରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହା ପରେ ଫିସର୍‌ମେନ୍‌ସ୍‌ କୋଭ୍‌ ଠାରେ ହେବ ନୈଶ୍ୟ ଭୋଜି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିବେ।

ରବିବା ଦିନ ଦୁଇ ନେତା ଔପଚାରିକ ବୈଠକ ପରେ ମଧ୍ୟାହ୍ନ ଭୋଜନ ଖାଇବେ। ବାଣିଜ୍ୟ, ଆତଙ୍କବାଦ ଏବଂ ସୀମା ବିବାଦ ବିଷୟରେ ଦୁଇ ନେତା ଆଲୋଚନା କରିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe