ତାମିଲନାଡୁ ସ୍କୁଲ୍‌ ଛାତ୍ରୀ ଆତ୍ମହତ୍ୟା ଘଟଣା: ମୃତକଙ୍କ ବାପାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

Advertisment
ତାମିଲନାଡୁ ସ୍କୁଲ୍‌ ଛାତ୍ରୀ ଆତ୍ମହତ୍ୟା ଘଟଣା: ମୃତକଙ୍କ ବାପାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

Maktoob media

ଚେନ୍ନାଇ: ତାମିଲନାଡ଼ୁର କାଲ୍ଲାକୁରିଚିସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ପ୍ରତିବାଦରେ ଜୋରଦାର ହିଂସା ଓ ଆନ୍ଦୋଳନ ହୋଇଛି।  ମୃତକ ନାବାଳିକାଙ୍କ ବାପା ତାଙ୍କ ଝିଅର ଶରୀର ବ୍ୟବଚ୍ଛେଦ ପ୍ୟାନେଲ୍‌ରେ ସେ ଚୟନ କରିବା ଡାକ୍ତରଙ୍କ ଉପସ୍ଥିତକୁ ଅନୁମତି ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ମାଡ୍ରାସ ହାଇକୋର୍ଟଙ୍କ ପୁନଃ ବ୍ୟବଚ୍ଛେଦ କରିବା ନିର୍ଦ୍ଦେଶର ପରିବର୍ତ୍ତନ କରିବାକୁ ଆବେଦନ କରିଥିବା ବେଳେ  ସର୍ବୋଚ୍ଚ ଅଦାଲତ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

ପୀଡ଼ିତାଙ୍କ ବାପା ବ୍ୟବଚ୍ଛେଦ ବିଳମ୍ବରେ କରିବା ସହ ସେ ଚୟନ କରିବା ଡାକ୍ତରଙ୍କ ଉପସ୍ଥିତକୁ ଅନୁମତି ଦେବାକୁ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ମାତ୍ର ଅଦାଲତ ତାହାକୁ ପ୍ରତ୍ୟାଖ୍ୟାନ କରି ଆଜି ହିଁ ପୁନଃ ବ୍ୟବଚ୍ଛେଦ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ବୋଲି ସୁପ୍ରିମ୍‌କୋର୍ଟ ପକ୍ଷରୁ ଜାଣିବାକୁ ମିଳିଛି।

କନିୟାମୁର ଶକ୍ତି ମାଟ୍ରିକୁଲେସନ ସ୍କୁଲ୍‌ର ହଷ୍ଟେଲ୍‌ ପରିସରରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କର ଚଳିତ ମାସ ୧୩ ତାରିଖରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ବାବିରେ ୧୩ ତାରିଖରୁ ଆନ୍ଦୋଳନ ହୋଇଥିଲେ ସୁଦ୍ଧା ରବିବାର ଦିନ ଏହି ଆନ୍ଦୋଳନ ହିଂସାର ରୂପ ନେଇଥିଲା। ଆନ୍ଦୋଳନକାରୀମାନେ ସ୍କୁଲ୍‌ ପରିସରରେ ପଶି ବ୍ୟାପକ ଭଙ୍ଗାରୁଜା ଏବଂ ପୋଡ଼ାଜଳା କରିବା ସହ ସ୍କୁଲ୍‌ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ଶତାଧିକ ସଂଖ୍ୟାରେ ମୃତକଙ୍କ ସମ୍ପର୍କୀୟ ସ୍କୁଲ ପରିସରରେ ଭଙ୍ଗାରୁଜା କରିଥିଲେ।

ଗତକାଲି ମାଡ୍ରାସ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ମୃତ ଛାତ୍ରୀଙ୍କ ଶବକୁ ପୁନଃ ବ୍ୟବଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଘଟଣାରେ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ପାଇଁ ଜଷ୍ଟିସ ଏନ ସତୀଶ କୁମାର ତାମିଲନାଡ଼ୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଡ୍ରାସ ହାଇକୋର୍ଟଙ୍କ ଏହି ଦ୍ବିତୀୟ ଥର ପୁନଃ ବ୍ୟବଚ୍ଛେଦ  ନିର୍ଦ୍ଦେଶରେ ପରିବର୍ତ୍ତନ କରିବାକୁ ପୀଡ଼ିତ‌ାଙ୍କ ବାପା ସୁପ୍ରିମ୍‌କେ‌ାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe