Image Courtesy: Storck
ଚେନ୍ନାଇ: ତାମିଲନାଡୁର ତିରୁଚିରାପଲ୍ଲୀର ଜଣେ ୨୬ ବର୍ଷୀୟ ଶିକ୍ଷକଙ୍କୁ ଏକାଦଶ ଶ୍ରେଣୀର ଜନୈକ ନାବାଳକ ଛାତ୍ରଙ୍କୁ ବିବାହ କରିଥିବା ଅଭିଯୋଗରେ ଗିରଫ କରାଯାଇଛି।
ତାମିଲନାଡୁର ତ୍ରିଚିସ୍ଥିତ ଏକ ଘରୋଇ ବିଦ୍ୟାଳୟର ଜଣେ ୨୬ ବର୍ଷୀୟ ଶିକ୍ଷକଙ୍କୁ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜନୈକ ୧୭ ବର୍ଷ ବୟସ୍କ ନାବାଳକ ଛାତ୍ରଙ୍କୁ ବିବାହ କରିଥିବା ଅଭିଯୋଗରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ଗିରଫ କରାଯାଇଛି।
ମାର୍ଚ୍ଚ ୧୧ରେ ଥୁରାଇୟୁର ପୁଲିସ ନିକଟରେ ୧୭ ବର୍ଷୀୟ ବାଳକର ପିତାମାତା ନିଖୋଜ ଅଭିଯୋଗ ଆଗତ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁଯାୟୀ, ବାଳକଟି ମାର୍ଚ୍ଚ ୫ରେ ବିଦ୍ୟାଳୟକୁ ଯାଇଥିଲା ଏବଂ ଆଉ ଘରକୁ ଫେରି ନଥିଲା।
ଅନୁସନ୍ଧାନ ସମୟରେ, ପୁଲିସ ଜାଣିବାକୁ ପାଇଥିଲା ଯେ ବିଦ୍ୟାଳୟର ଜଣେ ଶିକ୍ଷକ ମଧ୍ୟ ସେହି ଦିନ ନିଖୋଜ ହୋଇ ଯାଇଥିଲେ। ଏସଂପର୍କରେ ଅଧିକ ଅନୁସନ୍ଧାନରୁ, ଜଣାପଡିଲା ଯେ ଦୁହେଁ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କରେ ଥିଲେ ଏବଂ ସେଦିନ ବିଦ୍ୟାଳୟ ପରେ ଉଭୟେ ପଳାୟନ କରିଥିଲେ।
ଶିକ୍ଷକ ଏବଂ ନାବାଳକ ରହୁଥିବା ସ୍ଥାନକୁ ତ୍ରିଚି ପୁଲିସ ଖୋଜି ବାହାର କରିବାରେ ସକ୍ଷମ ହୋଇଥିଲା। ଏହାପରେ ଜଣେ ନାବାଳକଙ୍କୁ ବିବାହ କରିଥିବା ଅଭିଯୋଗରେ ୨୬ ବର୍ଷୀୟ ଶିକ୍ଷକଙ୍କୁ ପୋକ୍ସୋ ଆକ୍ଟର ଧାରା ଅନୁଯାୟୀ ଗିରଫ କରା ଯାଇଥିଲା।
Follow Us