Image Courtesy of India Today
ସେଲମ୍: ତାମିଲ୍ନାଡୁର ସେଲମ୍ର ଜଣେ ଯୁବକ ୨.୬ ଲକ୍ଷ ଟଙ୍କାର କେବଳ ୧ ଟଙ୍କିଆ କଏନ୍ (ମୁଦ୍ରା) ଦେଇ ଶନିବାର ଦିନ ଗୋଟାଏ ବାଇକ୍ କିଣିଛନ୍ତି।
ଭି. ବୂବତି ନାମକ ସେ ଯୁବକ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୧ ଟଙ୍କିଆ କଏନ୍ (ମୁଦ୍ରା) ସଞ୍ଚୟ କରି ଆସୁଥିଲେ। ଗତ ଶନିବାର ଦିନ ସେ ସଞ୍ଚିତ କଏନ୍ଗୁଡ଼ିକୁ ନେଇ ଗୋଟାଏ ସୋ’ରୁମ୍କୁ ଯାଇଥିଲେ ଓ ନୂଆ ‘ବଜାଜ୍ ଡୋମିନାର୍’ ବାଇକ୍ଟାଏ ଖରିଦ କରିଥିଲେ।
ବୂବତିଙ୍କ ସଞ୍ଚିତ କଏନ୍ ଗଣିବା ଲାଗି ସୋ’ରୁମ୍ର କର୍ମଚାରୀଙ୍କୁ ୧୦ ଘଣ୍ଟା ଲାଗିଥିଲା ବୋଲି ‘ଭାରତ ଏଜେନ୍ସି’ର ପରିଚାଳକ ମହାବିକ୍ରାନ୍ତ କହିଛନ୍ତି।
Image Courtesy of India Todayବୂବତି ହେଉଛନ୍ତି ଜଣେ ‘ବିସିଏ’ ସ୍ନାତକ। ୪ ବର୍ଷ ତଳେ ଗୋଟାଏ ୟୁଟ୍ୟୁବ୍ ଚାନେଲ୍ ଆରମ୍ଭ କରିବା ପୂର୍ବରୁ ସେ ଗୋଟାଏ ଘରୋଇ କମ୍ପାନିରେ କମ୍ପ୍ୟୁଟର୍ ଅପରେଟର୍ ଭାବେ କାର୍ଯ୍ୟ କରୁଥିଲେ।
୩ ବର୍ଷ ତଳେ ବାଇକ୍ଟିଏ କିଣିବାକୁ ସେ ମନବଳାଇଥିଲେ। ସେତେବେଳେ ଉକ୍ତ ବାଇକ୍ର ମୂଲ୍ୟ ଥିଲା ୨ ଲକ୍ଷ ଟଙ୍କା। କିନ୍ତୁ, ତାଙ୍କ ପାଖରେ ଏତେ ଟଙ୍କା ନ ଥିଲା।
ମାତ୍ର ‘ବିନ୍ଦୁ ବିନ୍ଦୁ ଜଳ ମିଶି ସିନ୍ଧୁ’ କରିବା ନ୍ୟାୟରେ ବୂବତି ତାଙ୍କ କୁମ୍ପିରେ ଦୈନିକ ୧ଟଙ୍କିଆ କଏନ୍ଟିଏ ପୂରାଉଥିଲେ। ଶେଷରେ ସେ ତାଙ୍କର ମନଲାଖି ବାଇକ୍ କିଣିବାକୁ ସମର୍ଥ ହୋଇଛନ୍ତି।
Follow Us