ସରକାରୀ ଚାକିରି ପାଇବାକୁ ତାମିଲ ଭାଷା ପାସ କରିବା ଜରୁରୀ, ତାମିଲନାଡୁ ସରକାର ଲାଗୁ କଲେ ନୂଆ ନିୟମ

Advertisment
ସରକାରୀ ଚାକିରି ପାଇବାକୁ ତାମିଲ ଭାଷା ପାସ କରିବା ଜରୁରୀ, ତାମିଲନାଡୁ ସରକାର ଲାଗୁ କଲେ ନୂଆ ନିୟମ

dna india

ଚେନ୍ନାଇ: ଏଣିକି ତାମିଲନାଡୁରେ ସରକାରୀ ଚାକିରି କରିବାକୁ ହେଲେ ତାମିଲ ଭାଷାରେ କୃତକାର୍ଯ୍ୟ ହେବାକୁ ପଡିବ | ଯଦି ଜଣେ ତାମିଲ ଭାଷାରେ ପାସ କରିପାରିବ ନାହିଁ ତେବେ ସରକାରୀ ଚାକିରି ପାଇପାରିବ ନାହିଁ | ତାମିଲନାଡୁ ସରକାର ରାଜ୍ୟର ସରକାରୀ ସେବା ଓ ସରକାରୀ ଉଦ୍ୟୋଗରେ ଚାକିରି ପାଇଁ ତାମିଲ ଭାଷାରେ ପରୀକ୍ଷା ଦେବା ବାଧ୍ୟତାମୂଳକ କରିଛନ୍ତି। ଏହି ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ପାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଡିସେମ୍ବର ୩ ଶୁକ୍ରବାର ଦିନ ରାଜ୍ୟ ସରକାର ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି |

ରାଜ୍ୟ ନିଯୁକ୍ତି ବୋର୍ଡ ଦ୍ୱାରା ପରିଚାଳିତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉପସ୍ଥିତ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ଅର୍ଥମନ୍ତ୍ରୀ ପଲାନିଭେଲ ତ୍ୟାଗରାଜନ କହିଛନ୍ତି ଯେ ଏହି ପରୀକ୍ଷାରେ ଯୋଗ୍ୟତା ହାସଲ କରିବାକୁ ଅତି କମରେ ୪୦% ମାର୍କ ରଖିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ନିଯୁକ୍ତି ପ୍ରକ୍ରିୟାରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯିବ।

ଅର୍ଥମନ୍ତ୍ରୀ ପଲାନିଭେଲ ତ୍ୟାଗରାଜନ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରମର ସମ୍ମାନ, ଶ୍ରମର ମୂଲ୍ୟ ଆମେ ଭଲ ଭାବରେ ବୁଝିପାରୁ । ଆଠ କୋଟି ଜନସଂଖ୍ୟା ମଧ୍ୟରୁ କେବଳ ନଅ ଲକ୍ଷ ସରକାରୀ ଚାକିରି ଥିବାବେଳେ ସରକାରୀ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସଠିକ୍ ଭାବରେ ନିଯୁକ୍ତି ଦିଆଯିବା ଆବଶ୍ୟକ | ତେବେ ଏହି ନିୟମ ଘରୋଇ କମ୍ପାନୀ କ୍ଷେତ୍ରରେ ଲାଗୁ ହେବ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe