ତାମିଲନାଡୁ ପୁଲିସ୍‌ର ବର୍ବରତା: ଲାତରେ ଗର୍ଭବତୀଙ୍କ ଜୀବନ ଗଲା

Advertisment
ତାମିଲନାଡୁ ପୁଲିସ୍‌ର ବର୍ବରତା: ଲାତରେ ଗର୍ଭବତୀଙ୍କ ଜୀବନ ଗଲା

ଚେନ୍ନାଇ: ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କ ସୁରକ୍ଷା ନେଇ ସବୁଆଡ଼େ ସଭାସମିତି ଚାଲିଥିବା ବେଳେ ତାମିଲନାଡୁ ପୁଲିସ୍‌ର ଉନ୍ମତ କାଣ୍ଡରେ ଜଣେ ଗର୍ଭବତୀ ମହିଳା ପ୍ରାଣ ହରାଇବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ସେପଟେ ପୁଲିସ୍‌ର ଏଭଳି ବର୍ବରତାକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହୋଇଛି। ମିଳିଥିବା ଖବର ମୁତାବକ, ତାମିଲନାଡୁର ତ୍ରିଚିରାପଲ୍ଲୀ ଅନ୍ତର୍ଗତ ଥିରୁରୁମ୍ବୁର ସହରରେ ଏହି ଅଭାବନୀୟ ଘଟଣା ଘଟିଛି । ଗତରାତିରେ ଗର୍ଭବତୀ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ବାଇକ୍‌ରେ ଆସୁଥିବା ବେଳେ ରାସ୍ତାରେ ଚେକିଂ କରୁଥିବା ପୁଲିସ୍‌ ଗାଡି ଅଟକାଇବାକୁ କହିଥିଲା। ମାତ୍ର ମହିଳାଙ୍କ ସ୍ୱାମୀ କିଛି ଭୁଲ ନଥାଇ କାହିଁକି ରହିବେ କହି ଗାଡ଼ି ଆଗକୁ ବଢାଇଥିଲେ। ଏଥିରେ ଉତ୍ୟକ୍ତ ହୋଇ ପୁଲିସ୍‌ କର୍ମୀମାନେ ବାଇକ୍‌କୁ ଲାତ ମାରିଥିଳୋ। ଫଳରେ ଦମ୍ପତି ତଳେ ପଡିଯାଇଥିଲେ। ଏହାପରେ ପୁଲିସ ଦୁଇ ଜଣଙ୍କୁ ରାସ୍ତା ଉପରେ ଲାତ ମାରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ମୃତ ମହିଳାଙ୍କ ସ୍ୱାମୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe