ପାଦକୁ ବି ଘୋଡ଼ାଇ ରଖନ୍ତୁ, ନ‌ଚେତ ଭାଇରସ୍‌ ତଳଆଡ଼ୁ ଶରୀରରେ ପଶିଯିବ: ପାକିସ୍ତାନୀ ମନ୍ତ୍ରୀ

Advertisment
ପାଦକୁ ବି ଘୋଡ଼ାଇ ରଖନ୍ତୁ, ନ‌ଚେତ ଭାଇରସ୍‌ ତଳଆଡ଼ୁ ଶରୀରରେ ପଶିଯିବ: ପାକିସ୍ତାନୀ ମନ୍ତ୍ରୀ

indiatoday

ଇସ୍‌ଲାମ୍‌ବାଦ୍‌: ମହାମାରୀ କରୋନା ଭାଇରସ୍‌ ପୂରା ଦେଶକୁ କବଳିତ କରିସାରିଛି। ଏହି ଭାଇରସ୍‌ର ବୃଦ୍ଧିକୁ ରୋକିବା ପାଇଁ ପାକିସ୍ତାନୀ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକୀୟ ସଚେତନତା ଅବଲମ୍ବନ କରିବା ପାଇଁ କୁହାଯାଇଛି। ପରିଷ୍କାର ପରିଚ୍ଛନ ରହିବା ସହ ନିଜ ହାତକୁ ବାରମ୍ବାର ଧୋଇବା, ସାନିଟାଇଜର୍‌ ବ୍ୟବହାର କରିବା ଓ ମୁହଁରେ ଫେସ୍‌ମାସ୍କ ପିନ୍ଧିବା ପରି ଉପଦେଶ ସବୁ ମନ୍ତ୍ରାଳୟ ପକ୍ଷରୁ ଶୁଣିବାକୁ ମିଳିଛି।

ଏ ନେଇ ଏକ ଅଜବ ମତ ରଖିଛନ୍ତି ପାକିସ୍ତାନୀ ମନ୍ତ୍ରୀ ଫିର୍‌ଦସ୍‌ ଆସିକ୍‌ ଆୱାନ୍‌। ସେ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓରେ ସେ କହୁଥିବାର ଦେଖିବାକୁ ମିଳିଛନ୍ତି ଯେ ଭୂତାଣୁ କେଉଁ ଆଡୁ ବି ଶରୀରରେ ପ୍ରବେଶ କରି ସଂକ୍ରମିତ କରାଇପାରେ। ମନ୍ତ୍ରୀଙ୍କ କହିବା କଥା ହେଲା ଜଙ୍ଘକୁ ବି ସୁରକ୍ଷିତ ରଖିବା ଉଚିତ, ନହେଲେ ଭୂତାଣୁ କେଉଁ ଆଡୁ ବି ପଶି ଯାଇପାରେ।

ଭିଡିଓରେ ମନ୍ତ୍ରୀ କହୁଥିବାର ଶୁଣିବାକୁ ମିଳିଛି, ‘ଆପଣଙ୍କ ଶରୀର ହେଉ, ପାଦ ହେଉ କିମ୍ବା ଜଙ୍ଘ ‌ହେଉ ସବୁ ସୁରକ୍ଷିତ ରଖିବା ଉଚିତ ଏମିତି ନୁହେଁ କି, ଆପଣ ଆପଣଙ୍କ ମୁହଁକୁ ଘେ‌ାଡ଼ାଇ ରଖିବେ ‌ଆଉ ଭାଇରସ୍‌ ତଳ ପଟରୁ ଶରୀରରେ ପ୍ରବେଶ କରିବ। ଆମକୁ ପୂରା ଶରୀରକୁ ଘୋଡ଼ାଇ ରଖିବା ଉଚିତ।

ଭିଡିଓଟି ଟ୍ବିଟର୍‌ରେ ସେୟାର୍‌ ହେବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳି ସାରିଲାଣି। ଭିଡିଓଟିକୁ ଏବେ ସୁଦ୍ଧା ୭୬.୪ ଲକ୍ଷ ଲୋକ ଦେଖି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe