700 dead in election violence: ତାଞ୍ଜାନିଆ ବିରୋଧୀ ଦଳର ଦାବି: ନିର୍ବାଚନୀ ହିଂସାରେ ୭୦୦ ମୃତ

 ପୂର୍ବ ଆଫ୍ରିକାର ବୃହତ୍ତମ ରାଷ୍ଟ୍ର ତାଞ୍ଜାନିଆରେ ଏବେ ଭୀଷଣ ରାଜନୈତିକ ହିଂସାର ଲହର ଚାଲିଛି। ଗତ ୩ ଦିନର ନିର୍ବାଚନୀ ହିଂସାରେ ପ୍ରାୟ ୭୦୦ ଜଣଙ୍କର ମୃତ୍ୟୁ ହୋଇଛି  ବୋଲି ଦେଶର ମୁଖ୍ୟ ବିରୋଧୀ ଦଳ ଚାଡେମା  ଦାବି କରିଛି।

sfhhfhffhs

ଦାର୍‌ ଏସ୍ ସାଲାମ:  ପୂର୍ବ ଆଫ୍ରିକାର ବୃହତ୍ତମ ରାଷ୍ଟ୍ର ତାଞ୍ଜାନିଆରେ ଏବେ ଭୀଷଣ ରାଜନୈତିକ ହିଂସାର ଲହର ଚାଲିଛି। ଗତ ୩ ଦିନର ନିର୍ବାଚନୀ ହିଂସାରେ ପ୍ରାୟ ୭୦୦ ଜଣଙ୍କର ମୃତ୍ୟୁ ହୋଇଛି  ବୋଲି ଦେଶର ମୁଖ୍ୟ ବିରୋଧୀ ଦଳ ଚାଡେମା  ଦାବି କରିଛି। ତେବେ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ପାଖରେ ଅତିକମ୍‌ରେ ୧୦ ଜଣଙ୍କ  ମୃତ୍ୟୁର ବିଶ୍ୱସନୀୟ ରିପୋର୍ଟ ଅଛି। ଚାଡେମା ମୁଖପାତ୍ର ଜନ୍ କିଟୋକା କହିଛନ୍ତି ଯେ କେବଳ ବାଣିଜ୍ୟିକ ସହର ଦାର୍‌ ଏସ୍ ସାଲାମରେ ୩୫୦ ଏବଂ ମୱାନଜାରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ଫଳରେ ସମଗ୍ର ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ପ୍ରାୟ ୭୦୦ରେ ପହଞ୍ଚିଛି।  କେତେକ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି ଯେ ୪ଟି ପ୍ରମୁଖ ସହରରେ ସ୍ଥିତି ବିସ୍ଫୋରକ ରହିଛି।

ତାଞ୍ଜାନିଆରେ ବିବାଦୀୟ ନିର୍ବାଚନରେ ୨ ପ୍ରମୁଖ ଦଳ ଓହରିଯିବା ପରେ ଦାର୍‌ ଏସ୍‌ ସାଲାମ, ମୱାଞ୍ଜା, ଡୋଡମା ଏବଂ ଅନ୍ୟ ଅଞ୍ଚଳରେ ହିଂସାତ୍ମକ ବିକ୍ଷୋଭ ଜାରି ରହିଛି। ବିଭିନ୍ନ ସହରରୁ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ପୁଲିସ ସହ ରକ୍ତାକ୍ତ ସଂଘର୍ଷରେ ଲିପ୍ତ ଅଛନ୍ତି।  ୫୦ରୁ ଅଧିକ ପୁଲିସ ଷ୍ଟେସନ୍‌ ଉପରେ ଆକ୍ରମଣ  ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷରେ ୫ ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ବୋଲି  ଚାଡେମା ଦାବି କରିଛି। ଅନ୍ୟମାନଙ୍କର ଗୋଷ୍ଠୀ ସଂଘର୍ଷରେ ମୃତ୍ୟୁ ହୋଇଛି।। ଭୟାନକ ହିଂସା ଏବଂ ସବୁ ଅଂଚଳରେ ତୀବ୍ର ଉତ୍ତେଜନା ଭିତରେ ସରକାର ଇଣ୍ଟରନେଟ୍‌ ବନ୍ଦ କରିଛନ୍ତି ଏବଂ କର୍ଫ୍ୟୁ ଜାରି କରିଛନ୍ତି। ବିଦେଶୀ ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ବାରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe