ଭିକ୍ଟୋରିଆ ହ୍ରଦରେ ବିମାନ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ୧୯

Advertisment
ଭିକ୍ଟୋରିଆ ହ୍ରଦରେ ବିମାନ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ୧୯

india today

ନୂଆଦିଲ୍ଲୀ: ଆଫ୍ରିକାର ସବୁଠୁ ବଡ଼ ହ୍ରଦ କୁହାଯାଉଥିବା ତାଞ୍ଜାନିଆ ନିକଟ ଭି‌କ୍ଟୋରିଆ ହ୍ରଦରେ ରବିବାର ପ୍ରେସିଜନ ଏୟାରର ଏକ ଯାତ୍ରୀବାହୀ ବିମାନ ଖସି ପଡ଼ିଛି। ଉକ୍ତ ବିମାନଟି ମୱାଞ୍ଜାରୁ ବୁକୋବା ଯାଉଥିଲା। ତେବେ ବୁକୋବା ବିମାନ ବନ୍ଦର‌ରେ ଅବତରଣ ପୂର୍ବରୁ ହ୍ରଦରେ ଖସି ପଡ଼ିଥିଲା। ଉକ୍ତ ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ତାଞ୍ଜାନିଆ ପ୍ରଧାନମନ୍ତ୍ରୀ କାସିମ ମଜାଲିୱା କହିଥିବା ଏଏଫପି ନ୍ୟୁଜ ଏଜେନ୍ସି କହିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଉଲ୍ଲେଖ କରିଛି।

ଦୁର୍ଘଟଣା ପରେ ସେଠାକାର ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ବିମାନ ୪୩ ଯାତ୍ରୀଙ୍କୁ ନେଇ ବୁକୋବା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। କିନ୍ତୁ ଖରାପ ପାଗ ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ସୂତ୍ରରୁ ପ୍ରକାଶ। ଉକ୍ତ ବିମାନକୁ ଦଉଡ଼ି ସାହାଯ୍ୟରେ ଟାଣି ହ୍ରଦର କୂଳକୁ ଅଣାଯାଇଛି। କାଗେରା ଆଞ୍ଚଳିକ ପୋଲିସ କମାଣ୍ଡାର ୱିଲିଅମ ମାମ୍ପାଘାଲେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ପ୍ରାୟ ୨୪ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯେଉଁମାନଙ୍କୁ ଉଦ୍ଧାର କରାଯାଇଛି ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe