୯ କୋଟିର ହେରୋଇନ ଜବତ, କ୍ୟାପସୁଲ କରି ଗିଳି ଦେଇଥିଲେ ଯାତ୍ରୀ

୯ କୋଟିର ହେରୋଇନ ଜବତ, କ୍ୟାପସୁଲ କରି ଗିଳି ଦେଇଥିଲେ ଯାତ୍ରୀ

ndtv

ନୂଆଦିଲ୍ଲୀ: ପେଟ ଭିତରୁ ବାହାରିଲା ହେରୋଇନ। ବିମାନବନ୍ଦରରେ ଧରାପଡ଼ିବା ପାଇଁ ଚୋର ଅଭିନବ ବାଟ ବାହାର କରିଥିଲେ ବି ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଧରିନେଲେ କଷ୍ଟମସ୍ ଅଧିକାରୀ। ଜଣେ ତାଞ୍ଜାନିଆ ନାଗରିକଙ୍କଠାରୁ କଷ୍ଟମସ୍ ଅଧିକାରୀମାନେ ୯କୋଟି ଟଙ୍କା ମୂଲ୍ୟର ୧.୨୬୬ କିଲୋଗ୍ରାମ ହେରୋଇନ ଜବତ କରିଥିବା ଜଣାପଡ଼ିଛି। ଏହି ବ୍ୟକ୍ତି ଧରା ନପଡ଼ିବା ପାଇଁ ହେରୋଇନ ଭର୍ତ୍ତି ଥିବା କ୍ୟାପସୁଲକୁ ଗିଳିଦେଇଥିଲେ।

ସୂଚନାନୁସାରେ, ଅଧିକାରୀମାନେ ଜୁଲାଇ ୧୪ରେ ଉଗାଣ୍ଡାର ଏଣ୍ଟେୱେ ସହରରୁ ଇଥିଓପିଆ ଏୟାରଲାଇନ୍ସର ଇଟି୩୩୫/୬୯୨ ବିମାନରେ ଆସିଥିବା ଏହି ତାଞ୍ଜାନିଆ ନାଗରିକଙ୍କୁ ଅଟକାଇଥିଲେ। ପରେ ଯାଞ୍ଚ କରାଯିବାରୁ ଏହି ବ୍ୟକ୍ତି ହେରୋଇନ ଭର୍ତ୍ତି କ୍ୟାପସୁଲ ଗିଳିଦେଇଥିବା ଜଣାପଡ଼ିଥିଲା। ଏ ବିଷୟରେ ଜାଣି କଷ୍ଟମସ୍ ଅଧିକାରୀ ୯କୋଟିର ହେରୋଇନ ଜବତ କରିଥିବା ଜଣାପଡ଼ିଛି।

ଚଳିତ ବର୍ଷ ମେ’ ମାସରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ମେ’ ମାସରେ ଚେନ୍ନାଇର କଷ୍ଟମସ୍ ଅଧିକାରୀ ଉଗାଣ୍ଡାରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ। ପରେ ବ୍ୟକ୍ତିଜଣକ ୫.୫୬କୋଟି ମୂଲ୍ୟର ହେରୋଇନରେ ଥିବା ୬୩ଟି କ୍ୟାପସୁଲ ଗିଳିଦେଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe