The tableau of Arunachal Pradesh passes through the Rajpath during the full dress rehearsal for the Republic Day Parade-2017, in New Delhi on January 23, 2017.
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ପରେ କେରଳର ମେଢ଼ ପ୍ରସ୍ତାବକୁ ବି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ପ୍ରତ୍ୟାଖ୍ୟାନ କରାଯାଇଛି। କେରଳ ରାଜ୍ୟର ସ୍ଥାପତ୍ୟ କଳା ଏବଂ ପାରମ୍ପରିକ କାରୁକାର୍ଯ୍ୟ ବିଷୟକୁ ମେଢ଼ରେ ପ୍ରଦର୍ଶିତ କରିବାପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ ଚୟନ କମିଟି ପୂର୍ବରୁ ନିର୍ଦ୍ଧାରିତ କରିଥିବା ମାପଦଣ୍ଡ ମୁତାବକ ଏହା ପ୍ରସ୍ତୁତ ହୋଇନଥିବାରୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରାଯାଇଛି। ଚତୁର୍ଥ ରାଜ୍ୟ ଭାବେ କେରଳର ମେଢ଼ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ହେବାପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି। ପୂର୍ବରୁ କେନ୍ଦ୍ର ସରକାର ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ବିହାରର ମେଢ଼ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଭିନ୍ନ ବିରୋଧୀ ଦଳ ନେତା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଏନ୍ସିପି ନେତା ସୁପ୍ରିୟା ସୁଲେ, ନୱାବ ମଲିକ, ଶିବସେନାର ସଂଜୟ ରାଉତ, କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ପ୍ରମୁଖ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନିନ୍ଦନୀୟ ବୋଲି କହିଛନ୍ତି।
୨୦୨୦ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ସମୁଦାୟ ୫୬ଟି ମେଢ଼ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥି ମଧ୍ୟରୁ ୧୬ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୬ ମନ୍ତ୍ରାଳୟର ୨୨ଟି ପ୍ରସ୍ତାବକୁ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। କେନ୍ଦ୍ର ପକ୍ଷରୁ ଏନେଇ ଏକ ତାଲିକା ଆଜି ଜାରି କରାଯାଇଛି। ଜାନୁଆରି ୨୬ ପରେଡ୍ରେ ଓଡ଼ିଶା, ମଧ୍ୟପ୍ରଦେଶ, ପଂଜାବ, ରାଜସ୍ଥାନ ଏବଂ ତେଲେଙ୍ଗାନା ସମେତ ୧୬ ରାଜ୍ୟ ଅଂଶଗ୍ରହଣ କରିବେ। ସେହିପରି ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳପ୍ରଦେଶ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ମେଘାଳୟ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶ ଜାନୁଆରି ୨୬ ପରେଡ୍ରେ ଅଂଶଗ୍ରହଣ କରିବାପାଇଁ ଗୃହ ମନ୍ତ୍ରାଳୟ ଦ୍ବାରା ସର୍ଟଲିଷ୍ଟ୍ କରାଯାଇଛି। କେନ୍ଦ୍ର ଦ୍ବାରା ଚୟନ କରାଯାଇଥିବା ରାଜ୍ୟମାନଙ୍କ ମଧ୍ୟରେ ବିରୋଧୀ ନେତୃତ୍ବାଧୀନ ୫ଟି ରାଜ୍ୟ ଅଛି।
Follow Us