ନିଜର ଶୁଳକନୀତିକୁ ୯୦ ଦିନ ପାଇଁ ସ୍ଥିଗିତ ରଖିବେ ଟ୍ରମ୍ପ !

ଟ୍ରମ୍ପଙ୍କ ଶୁଳକନୀତି ଫଳରେ ଆମେରିକା ସମେତ ସାରା ବିଶ୍ବ ଅର୍ଥନୈତିରେ ଏକ ସାମୟିକ ମାନ୍ଦାବସ୍ଥା ଆସିବାର ଆଶଙ୍କା ବି କରାଯାଉଛି । ଏଣୁ ଟ୍ରମ୍ପଙ୍କୁ ଖୋଦ ଆମେରିକାରେ ବି ବିରୋଧ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ନିଜର ଶୁଳକନୀତିକୁ ସାମୟିକ ଭାବେ ସ୍ଥଗିତ ରଖିବା ନେଇ ଆଲୋଚନା ହେଉଛି ।

trump

ଓ୍ବାସିଂଟନ : ଆମେରିକାର ଶୁଳ୍କ ନୀତି ଯୋଗୁଁ ଗତ କିଛି ଦିନ ଧରି ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଇଛି। ଭାରତର ଷ୍ଟକ ବଜାରରେ ଅସ୍ଥିରତା ଦେଖାଦେଇଛି । ଟ୍ରମ୍ପଙ୍କ ଶୁଳକନୀତି ଫଳରେ ଆମେରିକା ସମେତ ସାରା ବିଶ୍ବ ଅର୍ଥନୈତିରେ ଏକ ସାମୟିକ ମାନ୍ଦାବସ୍ଥା ଆସିବାର ଆଶଙ୍କା ବି କରାଯାଉଛି । ଏଣୁ ଟ୍ରମ୍ପଙ୍କୁ ଖୋଦ ଆମେରିକାରେ ବି ବିରୋଧ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ନିଜର ଶୁଳକନୀତିକୁ ସାମୟିକ ଭାବେ ସ୍ଥଗିତ ରଖିବା ନେଇ ଆଲୋଚନା ହେଉଛି ।

ସୂଚନା ଅନୁସାରେ ଟ୍ରମ୍ପ ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଦେଶକୁ ଶୁଳ୍କ ରିହାତି ହେବାକୁ କେତେକ ପଦକ୍ଷେପ ନେଇପାରନ୍ତି । ଟ୍ରମ୍ପଙ୍କ ଅର୍ଥନୈତିକ ପରାମର୍ଶଦାତା କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ଉପରେ ୯୦ ଦିନର ସ୍ଥଗିତ ରଖିବାକୁ ବିଚାର କରୁଛନ୍ତି।
ଆମେରିକୀୟ ନିବେଶ ବ୍ୟାଙ୍କ ଗୋଲ୍ଡମ୍ୟାନ୍ ସାକ୍ସର ଗବେଷଣା ମୁଖ୍ୟ ଦାବି କରିଛନ୍ତି ଯେ ଯଦିବି ଟ୍ରମ୍ପ ତାଙ୍କ ଶୁଳ୍କରୁ ଓହରି ଯାଆନ୍ତି, ତେବେ ବି ମାନ୍ଦାବସ୍ଥାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe