କଂଗ୍ରେସକୁ ଫେରିଲେ ତାରିକ୍‌ ଅନ୍‌ୱର

Advertisment

‘ଆକବର’ଙ୍କ ଘରବାହୁଡ଼ା, ‘ଅମର’ଙ୍କ ସଙ୍କଟ ବଢ଼ିଲା

‘ଆକବର’ଙ୍କ ଘରବାହୁଡ଼ା, ‘ଅମର’ଙ୍କ ସଙ୍କଟ ବଢ଼ିଲା

କଂଗ୍ରେସକୁ ଫେରିଲେ ତାରିକ୍‌ ଅନ୍‌ୱର

ନୂଆଦିଲ୍ଲୀ: ପୂର୍ବତନ ଏନ୍‌ସିପି ନେତା ତାରିକ ଅନ୍‌ୱର ଆଜି କଂଗ୍ରେସରେ ‌େଯାଗ ଦେଇଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାୱାର ଗତମାସରେ ରା‌ଫେଲ୍‌ ଚୁକ୍ତି ପ୍ରସଙ୍ଗ‌େର ପ୍ର‌ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରି ବୟାନ ଦେବାପରେ ଅନୱର ସେପ୍ଟେମ୍ବର ୨୮ ତାରିଖରେ ଦଳ ଛାଡ଼ି ଦେଇଥିଲେ। ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଅନୱର କଂ‌ଗ୍ରେସରେ ଯୋଗ‌ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ସିପିର ଜଣେ ଟାଣୁଆ ନେତା କଂଗ୍ରେସରେ ‌େଯାଗ ଦେବା ଦଳକୁ ଯଥେଷ୍ଟ ଫାଇଦା ଦେବ ବୋଲି କୁହାଯାଇଛି। ବିହାରରୁ ଏନ୍‌ସିପିର ଲୋକସଭା ସଦସ୍ୟ ଥିବା ଅନୱର କହିଛନ୍ତି ‌ଯେ ସମସ୍ତ ବିରୋଧୀ ଦଳ ରାଫେଲ୍‌ ଚୁକ୍ତି ନେଇ ତଦନ୍ତ ଦାବି କରୁଥିବାବେଳେ ପାୱାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କରି ଯେଉଁ ମନ୍ତବ୍ୟ ଦେଇଥି‌େଲ ତାହା ତାଙ୍କୁ ଆଦୌ ଭଲ ଲାଗିନଥିଲା। ଏନ୍‌ସିପିର ପ୍ରତିଷ୍ଠାତା ସଦସ୍ୟ ରହିଥିବା ଅନୱରଙ୍କୁ ଦଳର ‘ଅମର-ଆକବର-ଆନ୍ଥୋନି’ ଟିମ୍‌ର ଆକବର ବୋଲି କୁହାଯାଉଥିଲା। ଅନ୍ୟପକ୍ଷରେ ପାୱାରଙ୍କୁ ଅମର ଏବଂ ଏବଂ ପି.ଏ. ସାଂଗମାଙ୍କୁ ଆନ୍ଥୋନି ଭାବେ ବିବେଚନା କରାଯାଉଥିଲା। ତେବେ ସାଂଗମା ତାଙ୍କ ମୃତ୍ୟୁର ବହୁ ପୂର୍ବରୁ ଏନ୍‌ସିପି ଛାଡ଼ି ଦେଇଥିଲେ ଏବଂ ଏବେ ‘ଆକବର’ ଦଳ ଛାଡ଼ି କଂଗ୍ରେସକୁ ଫେରିଛନ୍ତି। ଅନୱରଙ୍କ ଇସ୍ତଫା ପରେ ଦଳରେ ଫାଟ ବଢ଼ୁଥିବାରୁ ପାୱାରଙ୍କ ପାଇଁ ଚ୍ୟାଲେଂଜ ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe