ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷର ସାହିତ୍ୟ ଅକାଦେମି ପୁରସ୍କାର; କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ତାଙ୍କୁ ମିଳିବ ଏହି ସମ୍ମାନ

ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷର ସାହିତ୍ୟ ଅକାଦେମି ପୁରସ୍କାର; କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ତାଙ୍କୁ ମିଳିବ ଏହି ସମ୍ମାନ

Odisha News

ନୂଆଦିଲ୍ଲୀ: ଖ୍ୟାତନାମା ଲେଖକ ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷର ସମ୍ମାନଜନକ ସାହିତ୍ୟ ଅକାଦେମି ପୁରସ୍କାର। କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ଗାଳ୍ପିକ ଶ୍ରୀ ମିଶ୍ରଙ୍କୁ ପ୍ରଦାନ କରାଯିବ ଏହି ପୁରସ୍କାର। ଏସଂପର୍କରେ ଆଜି ସାହିତ୍ୟ ଅକାଦେମି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣାନାମା ପ୍ରକାଶ ପାଇଛି।

ସାହିତ୍ୟ ଅକାଦେମିର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଅକାଦେମିର କାର୍ଯ୍ୟକାରୀ କମିଟି ବୈଠକରେ ଓଡ଼ିଆ ସମେତ ୨୩ଟି ଭାରତୀୟ ଭାଷା ପାଇଁ ଚଳିତ ବର୍ଷର ଅକାଦେମି ପୁରସ୍କାର ଘୋଷଣା କରାଯାଇଛି। ଅକାଦେମି ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ପୁସ୍ତକଗୁଡ଼ିକ ମଧ୍ୟରେ ୭ଟି କବିତା ଗ୍ରନ୍ଥ, ୬ଟି କ୍ଷୁଦ୍ରଗଳ୍ପ ସଙ୍କଳନ, ୪ଟି ଉପନ୍ୟାସ, ୩ଟି ପ୍ରବନ୍ଧ ସଙ୍କଳନ ଏବଂ ଅଣ-ଫିକ୍‌ସନ, ଆତ୍ମଜୀବନୀ ଓ ଜୀବନୀ ଗ୍ରନ୍ଥ ରହିଥିବା ଅକାଦେମି ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାରରୁ ଜାଣିବା ପାଇଁ ମିଳିଛି।

publive-image

ଆସନ୍ତା ୨୦୨୦ ଫେବ୍ରୁଆରି ୨୫ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ବିଜେତାମାନଙ୍କୁ ଅକାଦେମି ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ଆକାରରେ ଏକ ତାମ୍ର ଫଳକ ସହ ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରିବେ ସାହିତ୍ୟ ଅକାଦେମି।

ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖଯୋଗ୍ୟ ଚଳିତ ବର୍ଷର ଓଡ଼ିଆ ଭାଷା ପାଇଁ ଅକାଦେମି ପୁରସ୍କାର ବିଜେତାଙ୍କୁ ବାଛିବା ପାଇଁ ଯେଉଁ ୩ ଜଣିଆ ଜୁରି ବା ବିଚାରକ ମଣ୍ଡଳୀ ରହିଥିଲେ ସେଥିରେ ଥିଲେ ଡକ୍ଟର ମାଳବିକା ରାୟ, ଡକ୍ଟର ଫନୀ ମହାନ୍ତି ଓ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe