ସଂକ୍ରମଣ ରୋକିବାକୁ ଲାନ୍ସେଟ ଇଣ୍ଡିଆ ଟାସ୍କଫୋର୍ସର ପରାମର୍ଶ: ଲକ୍‌ଡାଉନ୍‌ ନୁହେଁ, ୧୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଅନି

ସଂକ୍ରମଣ ରୋକିବାକୁ ଲାନ୍ସେଟ ଇଣ୍ଡିଆ ଟାସ୍କଫୋର୍ସର ପରାମର୍ଶ: ଲକ୍‌ଡାଉନ୍‌ ନୁହେଁ, ୧୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଅନି

Image Courtesy of NDTV

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ବିଭୀଷିକା ରଚାଇ ଚାଲିଥିବା କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କୁ ଲାନ୍ସେଟ୍‌ ଇଣ୍ଡିଆ ଟାସ୍କଫୋର୍ସ କିଛି ଗଠନମୂଳକ ପରାମର୍ଶ କରିଛନ୍ତି। ତେବେ ବିଶେଷ କରି ଅର୍ଥନୈତିକ ପରିଣତିକୁ ଦୃଷ୍ଟିରେ ରଖି ସମାଜର ସବୁବର୍ଗର ପ୍ରଭାବିତଙ୍କ ସହ ଆଲୋଚନା କରି ଯେ କୌଣସି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଟାକ୍ସଫୋର୍ସ କହିଛି। ସେହିପରି ଲକ୍‌ଡାଉନ୍‌ ପରି କୌଣସି ନିର୍ଦ୍ଦିଷ୍ଟ ପଦ୍ଧତି ସବୁ ସ୍ଥାନ ପାଇଁ ପ୍ରଯୁଜ୍ୟ ହୋଇନପାରେ।

ସୁତରାଂ ସ୍ଥାନବିଶେଷରେ କଟକଣାଗୁଡ଼ିକ ପରିବର୍ତ୍ତନଶୀଳ ହେବା ଦରକାର ବୋଲି କୁହାଯାଇଛି। ତେବେ ବିଶେଷ କରି କୌଣସି ସ୍ଥାନରେ ସଂକ୍ରମଣ ରୋକିବା ଲାଗି ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅପେକ୍ଷା ୧୦ରୁ ଅଧିକ ଲୋକ ଯେଭଳି ଏକାଠି ନହେବେ ତା' ଉପରେ ଗୁରୁତ୍ବାରୋପ କରିବାକୁ ଲାନ୍ସେଟ୍‌ ପରାମର୍ଶ କରିଛି। ସେହିପରି ସଂକ୍ରମଣ ରୋକିବା ପାଇଁ କୌଣସି ଯୋଜନା କଲା ବେଳେ ସଂପୃକ୍ତ ଅଞ୍ଚଳର ସାତଦିନର ହାରାହାରି ଦୈନିକ ସଂକ୍ରମଣ, ଦୈନିକ ନୂତନ ମାମଲାରେ ବୃଦ୍ଧିହାର, ଦୈନିକ ଚିହ୍ନଟ ହେଉଥିବା ପଜିଟିଭ୍‌ ହାର, ଦୈନିକ ପରୀକ୍ଷଣ ହାର ଏବଂ ଦୈନିକ ଆଇସିୟୁ ଶଯ୍ୟାର ବିନିଯୋଗ ପରି ଉପାଦାନଗୁଡ଼ିକ ବିଚାରକୁ ନେବା ଲାଗି ମଧ୍ୟ ପରାମର୍ଶ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe