ଏଆର୍‌ ରହମାନ୍‌ଙ୍କ ଝିଅ ବୁର୍ଖା ପିନ୍ଧିଲେ ମୋତେ ଅସ୍ବାଭାବିକ ଲାଗେ: ତସଲିମା ନାସରିନ

Advertisment

ଆଲୋଚନା ପାଇଁ କ’ଣ ଆଉ କିଛି ପ୍ରସଙ୍ଗ ନାହିଁ: ଖତିଜା ରହମାନ

ଆଲୋଚନା ପାଇଁ କ’ଣ ଆଉ କିଛି ପ୍ରସଙ୍ଗ ନାହିଁ: ଖତିଜା ରହମାନ

ଏଆର୍‌ ରହମାନ୍‌ଙ୍କ ଝିଅ ବୁର୍ଖା ପିନ୍ଧିଲେ ମୋତେ ଅସ୍ବାଭାବିକ ଲାଗେ: ତସଲିମା ନାସରିନ

The Hans India

ନୂଆଦିଲ୍ଲୀ : ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌. ରହମାନ୍‌ଙ୍କ ଝିଅ ଖତିଜା ଯେବେ ବୁର୍ଖା ପିନ୍ଧନ୍ତି, ଏହା ତାଙ୍କୁ ଭାରି ଅସ୍ବାଭାବିକ ମନେ ହୁଏ ବୋଲି ବିଶିଷ୍ଟ ଲେଖିକା ତସ୍‌ଲିମା ନାସ୍‌ରିନ କହିଛନ୍ତି। ଏଭଳି ଏକ ଉଚ୍ଚ ଶିକ୍ଷିତ ପରିବାରର ଜଣେ ଝିଅ କାହିଁକି ବୁର୍ଖା ପିନ୍ଧିବ ବୋଲି ତସ୍‌ଲିମା ଯୁକ୍ତି ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ତସ୍‌ଲିମା ନିଜର ବିବାଦୀୟ ବୟାନ ଓ ଲେଖା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ବର୍ତ୍ତମାନ ଏଆର୍‌ ରହମାନଙ୍କ ଝିଅଙ୍କୁ ନେଇ ଦେଇଥିବା ବୟାନ ଏବେ ପୁଣି ବିବାଦ ସୃଷ୍ଟି କରିଛି। ଖତିଜା ବୁର୍ଖା ପିନ୍ଧିଲେ ତାଙ୍କୁ ଭାରି ଅସ୍ବାଭାବିକ ଲାଗିଥାଏ ବୋଲି ତସ୍‌ଲିମା ଟ୍ବିଟ୍‌ କରିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତସ୍‌ଲିମା ଟ୍ବିଟ୍‌ କରିଛନ୍ତି ଯେ, ସେ ଏ ଆର୍‌ ରହମାନଙ୍କ ସଙ୍ଗୀତକୁ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ଯେତେବେଳେ ତାଙ୍କ ଝିଅଙ୍କୁ ବୁର୍ଖା ପିନ୍ଧିଥିବା ଅବସ୍ଥାରେ ଦେଖନ୍ତି, ତାହା ତାଙ୍କ ପାଇଁ ଅସହ୍ୟ ହୋଇ ପଡ଼େ। ଏହା ତାଙ୍କୁ ଗଭୀର ମର୍ମାହତ କରିଥାଏ। ଏଭଳି ଏକ ଶିକ୍ଷିତ ପରିବାରର ଝିଅ ବୁର୍ଖା ପିନ୍ଧି ମୁହଁକୁ ଘୋଡ଼ାଇବା ପ୍ରକୃତରେ ଭାରି କଷ୍ଟକର ବୋଲି ତସ୍‌ଲିମା ଟ୍ବିଟ୍‌ କରିଥିଲେ।

ଝିଅ ଖତିଜା ବୁର୍ଖା ପିନ୍ଧିବା ନେଇ ଗତବର୍ଷ ଏଆର୍‌ ରହମନ୍‌ ପ୍ରବଳ ଟ୍ରୋଲ୍‌ର ଶିକାର ହୋଇଥିଲେ। ତେବେ ତାଙ୍କ ପରିବାରରେ ମହିଳାମାନେ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ସେମାନେ ସ୍ବାଧୀନ ବୋଲି ରହମାନ୍‌ଙ୍କୁ ସଫେଇ ଦେବାକୁ ପଡ଼ିଥିଲା। ତେବେ ନିକଟରେ ତସ୍‌ଲିମା ଖତିଜାଙ୍କ ବୁର୍ଖା ପିନ୍ଧାକୁ ନେଇ ଟ୍ବିଟ୍‌ କରିବା ପରେ ଏହା ପୁଣି ଚର୍ଚ୍ଚାକୁ ଆସିଛି। ତସଲିମାଙ୍କ ଟ୍ବିଟ୍‌ ପରେ ଶତାଧିକ ବ୍ୟକ୍ତି ତାଙ୍କ ସପକ୍ଷରେ ମତ ଦେଇଛନ୍ତି ଏବଂ ରହମାନଙ୍କ ଝିଅଙ୍କ ବୁର୍ଖା ପିନ୍ଧାକୁ ପସନ୍ଦ କରି ନାହାନ୍ତି। ତେବେ ତସ୍‌ଲିମାଙ୍କ ଟ୍ବିଟ୍‌ର ଉତ୍ତର ଦେଇ ଖତିଜା ଟ୍ବିଟ୍‌ କରିଛନ୍ତି, ଦେଶରେ କ’ଣ ଆଉ କିଛି ପ୍ରସଙ୍ଗ ନାହିଁ କିମ୍ବା ଅନ୍ୟ କିଛି ଘଟୁନାହିଁ। ତାଙ୍କ ବୁର୍ଖା ପିନ୍ଧାକୁ ନେଇ ଏତେ ଆଲୋଚନା କାହିଁକି ବୋଲି ଖତିଜା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe