ଧର୍ମକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତସଲିମାଙ୍କ ଟ୍ବିଟ୍; ସବୁ ଧର୍ମ ପାଇଁ ଏକ ବଡ଼ ପ୍ରାର୍ଥନା ହଲ୍ ହେବା ଦରକାର

Advertisment
ଧର୍ମକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତସଲିମାଙ୍କ ଟ୍ବିଟ୍; ସବୁ ଧର୍ମ ପାଇଁ ଏକ ବଡ଼ ପ୍ରାର୍ଥନା ହଲ୍ ହେବା ଦରକାର

ନୂଆଦିଲ୍ଲୀ: ଅନେକ ସମୟରେ ନିଜ ବୟାନ ପାଇଁ ବିବାଦରେ ରହିଆସିଛନ୍ତି ପ୍ରସିଦ୍ଧ ଲେଖିକା ତସଲିମା ନସରିନ। କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଝିଅକୁ ରେଡ଼ିମେଡ଼ ବୋଲି କହି ବିବାଦରେ ଛନ୍ଦି ହୋଇଥିବା ତସଲିମା ଏବେ ଜ୍ଞାନବାପିି ମସଜିଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ବାରଣାସୀରେ ଥିବା ଜ୍ଞାନବାପିି ମସଜିଦ ଭିତରୁ ଶିବଲିଙ୍ଗ ମିଳିବା ପରେ ସ୍ଥାନଟି ହିନ୍ଦଙ୍କର ହେବ ବି ମୁସଲମାନଙ୍କର, ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ତସଲିମା ଟ୍ବିଟ କରିଛନ୍ତି ଯେ, ସବୁ ଧର୍ମ ପାଇଁ ଏକ ବଡ଼ ପ୍ରାର୍ଥନା ହଲ୍ ହେବା ଦରକାର।

ତାଙ୍କ ଟ୍ବିଟରେ ଲେଖାଯାଇଛି ଯେ, ସମସ୍ତଙ୍କ ପାଇଁ ଗୋଟାଏ ବଡ଼ ପ୍ରାର୍ଥନା ଗୃହ ରହିବା ଭଲ। ପ୍ରାର୍ଥନା ଗୃହରେ ୧୦ଟି କୋଠରୀ ରଖାଯିବ, ଯେଉଁଠି ହିନ୍ଦୁମାନଙ୍କ ପାଇଁ ଗୋଟାଏ କୋଠରୀ(ସମସ୍ତ ଜାତି), ମୁସଲମାନମାନଙ୍କ ପାଇଁ ଗୋଟାଏ କୋଠରୀ (ସମସ୍ତ ସମ୍ପ୍ରଦାୟ), ଖ୍ରୀଷ୍ଟିଆନମାନଙ୍କ ପାଇଁ ଗୋଟାଏ କୋଠରୀ (ସମସ୍ତ ବର୍ଗ), ବୌଦ୍ଧ ଧର୍ମ ପାଇଁ ଗୋଟାଏ,  ଶିଖ୍ ପାଇଁ ଗୋଟାଏ, ପାର୍ସୀ ପାଇଁ ଗୋଟାଏ, ଜୈନ ପାଇଁ ଗୋଟାଏ କୋଠରୀ ରଖାଯିବ।

ତେବେ ତାଙ୍କର ଏଭଳି ଟ୍ବିଟକୁ ଲୋକେ ପସନ୍ଦ କରୁନଥିବା ଦେଖାଯାଇଛି। ସବୁଥର ଭଳି ଏଥର ବି ସେ ନିଜ ଟ୍ବିଟ ପାଇଁ ଟ୍ରୋଲ ହୋଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, ହିନ୍ଦୁମାନଙ୍କ ପାଇଁ ମନ୍ଦିର ଏକ ପ୍ରାର୍ଥନା ଗୃହଠାରୁ ଅଧିକ ମହତ୍ତ୍ବ ରଖେ। ଏହା ହିନ୍ଦୁମାନଙ୍କ ପାଇଁ ଦ୍ବିତୀୟ ଘର ଭଳି। ହିନ୍ଦୁମାନେ ମନ୍ଦିରରେ ପ୍ରାର୍ଥନା କରନ୍ତି, ନୃତ୍ୟ କରନ୍ତି, ଗୀତ ଗାନ କରନ୍ତି, ଖାଆନ୍ତି, କଥାବାର୍ତ୍ତା କରନ୍ତି, ଧ୍ୟାନ କରନ୍ତି, ମନ୍ଦିର ପୋଖରୀରେ ସ୍ନାନ କରନ୍ତି। ଗୋଟାଏ ପ୍ରାର୍ଥନା ହଲ୍ ଏସବୁ କରିପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe