ସାଇରସ୍‌ ମିସ୍ତ୍ରୀଙ୍କୁ ପୁନଃଅବସ୍ଥାପନ କରିବା ନିମନ୍ତେ ଟ୍ରିବୁନାଲ୍‌ଙ୍କ ଆଦେଶ ବିରୋଧରେ ସୁପ୍ରିମ୍‌ କୋର୍ଟ ଗଲା ଟାଟା ସନ୍‌ସ୍‌ ଲିମିଟେଡ୍‌

Advertisment
ସାଇରସ୍‌ ମିସ୍ତ୍ରୀଙ୍କୁ ପୁନଃଅବସ୍ଥାପନ କରିବା ନିମନ୍ତେ ଟ୍ରିବୁନାଲ୍‌ଙ୍କ ଆଦେଶ ବିରୋଧରେ ସୁପ୍ରିମ୍‌ କୋର୍ଟ ଗଲା ଟାଟା ସନ୍‌ସ୍‌ ଲିମିଟେଡ୍‌

Image Source: India Today

ନୂଆଦିଲ୍ଲୀ: ୧୦୦ ମିଲିୟନ୍‌ରୁ ଅଧିକ ଡଲାର୍‌ ମୂଲ୍ୟର ବିଶ୍ୱସ୍ତରୀୟ ଟାଟା କମ୍ପାନିସମୂହର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ଟାଟାର ତିନୋଟି ଗ୍ରୁପ୍‌ କମ୍ପାନିର ନିର୍ଦେଶକ ଭାବେ ସାଇରସ୍‌ ମିସ୍ତ୍ରୀଙ୍କୁ ପୁନଃ ଅବସ୍ଥାପନ କରାଯାଉ ବୋଲି ଗତ ମାସରେ ଟ୍ରିବୁନାଲ୍‌ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ଗୁରୁବାର ଦିନ ଟାଟା ସନ୍‌ସ୍‌ ଲିମିଟେଡ୍‌ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛି।

ଶୀତକାଳୀନ ଅବକାଶ ଚାଲିଥିବାରୁ ସମ୍ପ୍ରତି ବନ୍ଦ ଥିବା ସୁପ୍ରିମ୍‌ କୋର୍ଟ ଜାନୁଆରି ୬ ତାରିଖରେ ଖୋଲିବ। କିନ୍ତୁ ସୁପ୍ରିମ୍‌ କୋର୍ଟ ରେଜିଷ୍ଟ୍ରି ଖୋଲା ରହିଛି।

publive-image Image Source: Hindustan Times

‘ନ୍ୟାସ୍‌ନାଲ୍‌ କମ୍ପାନି ଲ’ ଅପିଲେଟ୍‌ ଟ୍ରିବୁନାଲ୍‌’ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରାଯିବ ବୋଲି କମ୍ପାନି ତରଫରୁ ସ୍ପଷ୍ଟ ଭାବେ କୁହାଯାଇଥିଲା। ଟ୍ରିବୁନାଲ୍‌ଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ଟାଟା ସନ୍‌ସ୍‌ ଲିମିଟେଡ୍‌ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି।

ଜାନୁଆରି ୬ ତାରିଖରେ ଅଦାଲତ ଖୋଲିବା ପରେ ଟାଟାଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓକିଲମାନେ ଏହି ମାମଲା ଉପରେ ଜରୁରୀ ଶୁଣାଣି ଚାହୁଁଛନ୍ତି।

ତିନି ବର୍ଷ ତଳେ ଟାଟା ସନ୍‌ସ୍‌ଙ୍କ ବୋର୍ଡ ମିଟିଙ୍ଗ୍‌ରେ ମିସ୍ତ୍ରୀଙ୍କୁ ନାଟକୀୟ ଭାବେ କମ୍ପାନିରୁ ହଟାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe