ଟାଟା ଗ୍ରୁପ୍‌ ସବୁଠୁ ବଡ଼ ରାଜନୈତିକ ଦାତା, ବିଜେପି ସବୁଠୁ ବଡ଼ ଅନୁଦାନ ଗ୍ରହଣକାରୀ: ‘ଏଡିଆର୍‌’ ରିପୋର୍ଟ

Advertisment
ଟାଟା ଗ୍ରୁପ୍‌ ସବୁଠୁ ବଡ଼ ରାଜନୈତିକ ଦାତା, ବିଜେପି ସବୁଠୁ ବଡ଼ ଅନୁଦାନ ଗ୍ରହଣକାରୀ: ‘ଏଡିଆର୍‌’ ରିପୋର୍ଟ

Image Courtesy of The Times of India

ନୂଆଦିଲ୍ଲୀ: ୨୦୧୮-୧୯ ବର୍ଷରେ ‘ବିଜେପି’ ସବୁଠୁ ବଡ଼ ରାଜନୈତିକ ଅନୁଦାନ ଗ୍ରହଣକାରୀ ବୋଲି ‘ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର୍‌) ରିପୋର୍ଟରୁ ଜଣାପଡ଼ିଛି। ଉପରୋକ୍ତ ବର୍ଷରେ ରାଜନୈତିକ ଅନୁଦାନ ଗ୍ରହଣ କରିବାରେ କଂଗ୍ରେସ ପାର୍ଟି ଦ୍ବିତୀୟ ସ୍ଥାନରେ ରହିଥିବା କଥା ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

‘ଏଡିଆର୍‌’ ରିପୋର୍ଟ ଅନୁସାରେ, ‘ବିଜେପି’ ୬୯୮ କୋଟି ଟଙ୍କା ଅନୁଦାନ ପାଇଥିବା ବେଳେ କଂଗ୍ରେସ ପାଇଛି ୧୨୨.୫ କୋଟି ଟଙ୍କା। ଟାଟା ଗ୍ରୁପ୍ ପୃଷ୍ଠପୋଷକତାରେ ଚାଳିତ ‘ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ୍‌ ଟ୍ରଷ୍ଟ୍‌’ ୨୦୧୮-୧୯ରେ ରାଜନୈତିକ ଦଳମାନଙ୍କ ପାଇଁ ଶ୍ରେଷ୍ଠ ଦାତା ଭାବେ ପରିଗଣିତ ହୋଇଥିବା କଥା ଏହି ରିପୋର୍ଟରେ ପ୍ରକାଶ ପାଇଛି।

‘ଏଡିଆର୍‌’ ବିଶ୍ଳେଷଣ ଅନୁସାରେ, ୨୦୦୪-୧୨ ଏବଂ ୨୦୧୮-୧୯ ସମୟସୀମା ମଧ୍ୟରେ କର୍ପୋରେଟ୍‌ମାନଙ୍କରୁ ଜାତୀୟ ଦଳଙ୍କୁ ମିଳୁଥିବା ଅନୁଦାନ ୧୩୧% ବୃଦ୍ଧି ପାଇଛି।

publive-image Image Courtesy of Business Standard

୨୦୧୨-୧୩ ରୁ ୨୦୧୮-୧୯, ଏହି ସାତ ବର୍ଷ ମଧ୍ୟରେ ‘ବିଜେପି’ ସବୁଠୁ ଅଧିକ କର୍ପୋରେଟ୍‌ ଅନୁଦାନ ଗ୍ରହଣ କରିଛି। ଏହି ସାତ ବର୍ଷରେ ‘ବିଜେପି’ ୮୨%ରୁ ଅଧିକ ଅର୍ଥ ହାସଲ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି। ୨୦୧୮-୧୯ରେ ‘ଆଇଏନ୍‌ସି’, ‘ଏନ୍‌ସିପି’, ‘ଏଆଇଟିସି’ ଏବଂ ‘ସିପିଏମ୍’ ଭଳି ଜାତୀୟସ୍ତରୀୟ ଦଳମାନେ ସମୁଦାୟ ଯେତେ ଅନୁଦାନ ପାଇଛନ୍ତି, ‘ବିଜେପି’ ତା’ର ସାତଗୁଣରୁ ଅଧିକ ପାଇଛି।

ଗୋଟିଏ ଆର୍ଥିକ ବର୍ଷରେ ୨୦ ହଜାରୁ ଅଧିକ ଅର୍ଥ ଦାନ କରୁଥିବା ପ୍ରତିଷ୍ଠାନମାନଙ୍କର ନାମ, ଠିକଣା, ପାନ୍‌, ଅର୍ଥ ପୈଠର ମାଧ୍ୟମ ଏବଂ ପ୍ରତି ଦାନକର୍ତ୍ତା ପ୍ରଦାନ କରିଥିବା ଅର୍ଥରାଶି ଆଦି ପୂର୍ଣ୍ଣ ବିବରଣୀ ଭାରତର ନିର୍ବାଚନ କମିସନ୍‌ଙ୍କ ଠାରେ ଦାଖଲ କରିବାକୁ ରାଜନୈତିକ ଦଳମାନେ ବାଧ୍ୟ ଅଟନ୍ତି।

ନିଜ ସୁପାରିସରେ ‘ଏଡିଆର୍‌’ କହିଛି, ଏକକାଳୀନ କିଂବା ଏକାଧିକ ଥରରେ ସର୍ବନିମ୍ନ ୨୦ ହଜାର ଟଙ୍କା ଦାନ କରିଥିବା ଦାତାମାନେ ସେମାନଙ୍କର ‘ପାନ୍‌’ ବିବରଣୀ ପ୍ରଦାନ କରିବା ଉଚିତ।

‘ପାନ୍’ ଏବଂ ‘ଠିକଣା’ର ପୂର୍ଣ୍ଣ ବିବରଣୀ ସଂଗ୍ରହ ନ କରି ଜାତୀୟ ରାଜନୈତିକ ଦଳମାନେ ୨୭୪ଜଣ କର୍ପୋରେଟ୍‌ ଦାତାଙ୍କ ଠାରୁ ସମୁଦାୟ ୧୩. ୩୬୪ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏଭଳି ଅପୂର୍ଣ୍ଣ ଅନୁଦାନ ରିପୋର୍ଟଗୁଡ଼ିକୁ ଭାରତର ନିର୍ବାଚନ କମିସନ୍ ଚେତାବନୀ ସହ ସମ୍ପୃକ୍ତ ରାଜନୈତିକ ଦଳମାନଙ୍କୁ ଫେରାଇ ଦେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe