ଟାଟାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

Advertisment

କିଂବଦନ୍ତି ଶିଳ୍ପପତି ରତନ ଟାଟାଙ୍କର ବିୟୋଗରେ ବିଭିନ୍ନ ମହଲରୁ ଶ୍ରଦ୍ଧଞ୍ଜଳିର ସୁଅ ଛୁଟିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ରତନ ଟାଟା ସରଳତା ଓ ନମ୍ରତାର ପ୍ରତୀକ ଥିଲେ।

କିଂବଦନ୍ତି ଶିଳ୍ପପତି ରତନ ଟାଟାଙ୍କର ବିୟୋଗରେ ବିଭିନ୍ନ ମହଲରୁ ଶ୍ରଦ୍ଧଞ୍ଜଳିର ସୁଅ ଛୁଟିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ରତନ ଟାଟା ସରଳତା ଓ ନମ୍ରତାର ପ୍ରତୀକ ଥିଲେ।

sfhsffsfshsfhsfhsh

ମୁମ୍ବାଇ: କିଂବଦନ୍ତି ଶିଳ୍ପପତି ରତନ ଟାଟାଙ୍କର ବିୟୋଗରେ ବିଭିନ୍ନ ମହଲରୁ ଶ୍ରଦ୍ଧଞ୍ଜଳିର ସୁଅ ଛୁଟିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ରତନ ଟାଟା ସରଳତା ଓ ନମ୍ରତାର ପ୍ରତୀକ ଥିଲେ। ଅଧିକାଂଶ ଶିଳ୍ପପତି ଲାଭ ଉପରେ ଗୁରୁତ୍ୱ ଦେଉଥିବା ବେଳେ ସେ ଜାତୀୟ ସ୍ୱାର୍ଥ ଉପରେ ସର୍ବଦା ପ୍ରାଥମିକତା ଦେଉଥିଲେ। ଦୀର୍ଘଦିନର ସହଯୋଗୀ ଶାନ୍ତନୁ ନାଇଡୁ ଗୁରୁବାର ଶିଳ୍ପପତିଙ୍କୁ ବିଦାୟ ଦେବା ସହ ତାଙ୍କୁ ‘ଲାଇଟ୍ ହାଉସ୍’ ସହ ତୁଳନା କରିଛନ୍ତି।  ଏକ ପୋଷ୍ଟରେ ଆର୍‌ଏନ୍‌ଟି କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ନାଇଡୁ ଲେଖିଛନ୍ତି, ଏହି ବନ୍ଧୁତା ବର୍ତ୍ତମାନ ମୋ ପାଖରେ ଯେଉଁ ଶୂନ୍ୟତା ଛାଡିଦେଇଛି, ମୁଁ ମୋର ବାକି ଜୀବନ ତାକୁ ପୂରଣ କରିବାକୁ ଚେଷ୍ଟା କରିବି।

ରତନ ଟାଟାଙ୍କ ବିୟୋଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଗଭୀର ଶୋକ ପ୍ରକାଶ କରିବା ସହ ଭାରତରେ ଶିଳ୍ପ ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପରିମଳ କ୍ଷେତ୍ରରେ ଟାଟାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି, ଯାହା ଦେଶ ଉପରେ ସ୍ଥାୟୀ ପ୍ରଭାବ ପକାଇଛି। ଟାଟାଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। 
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରତନ ଟାଟାଙ୍କୁ ଜଣେ ଜନ୍ମତଃ ଶିଳ୍ପପତି ଓ ସମାଜସେବୀ ବୋଲି ବର୍ଣ୍ଣନା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଟାଟା କେବେ ବି ଜାଲିଆତି କାର୍ଯ୍ୟରେ ଲିପ୍ତ ନ ଥିଲେ କିମ୍ବା ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଅନୈତିକ ଉପାୟରେ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରି ନ ଥିଲେ। ବ୍ରିଟେନର ବ୍ୟବସାୟ ଓ ବାଣିଜ୍ୟ ସଚିବ ଜୋନାଥନ ରେନୋଲ୍ଡସ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କୁ ବ୍ୟବସାୟ ଜଗତର ଜଣେ ‘ଟାଇଟନ୍’ ବୋଲି ଉଲ୍ଲେଖ କରି ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବନ୍ଧୁ, ପରିବାର ଓ ଟାଟା ଗ୍ରୁପ୍‌ର ସମସ୍ତଙ୍କ ପ୍ରତି ମୋର ସମବେଦନା ରହିଛି ବୋଲି ସେ କହିଛନ୍ତି।

ରତନ ଟାଟାଙ୍କ ବିୟୋଗରେ ପୂର୍ବତନ କ୍ରିକେଟର କପିଲ ଦେବ ଦୁଃଖ ପ୍ରକାଶ କରି କହିଛନ୍ତି, ସେ ଜଣେ ମହାନ ବ୍ୟକ୍ତି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ସେ ତାଙ୍କ କାମ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ଆମେ ତାଙ୍କଠାରୁ ଭଲ ବ୍ୟକ୍ତି କେବେ ପାଇବୁ ନାହିଁ। ନୂଆଦିଲ୍ଲୀ ଭାରତୀ ଏଣ୍ଟରପ୍ରାଇଜେସ୍ ଉପାଧ୍ୟକ୍ଷ ରାକେଶ ଭାରତୀ ମିତ୍ତଲ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ବିଶିଷ୍ଟ କର୍ପୋରେଟ୍ ନାଗରିକ ଭାବେ ବର୍ଣ୍ଣନା କରିଛନ୍ତି, ଯିଏ କି ବ୍ୟବସାୟ ସହ ଜନହିତକର ପ୍ରୟାସ ଉପରେ ଗୁରୁତ୍ବ ଦେଉଥିଲେ।
ଟାଟାଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗକୁ ସମସ୍ତ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ତାଙ୍କ ବିୟୋଗରେ ଭାରତ ଏକ ଅମୂଲ୍ୟ ରତ୍ନକୁ ହରାଇଛି। ଭାରତର ବିକାଶ ଯାତ୍ରାରେ ରତନ ଟାଟାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ଭାଗବତ ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଗୁରୁବାର ଦିନକୁ ଦେଶ ପାଇଁ ସବୁଠାରୁ ଦୁଃଖଦାୟକ ଦିନ ବୋଲି ବର୍ଣ୍ଣନା କରି କହିଛନ୍ତି, ଆମେ କେବଳ ଜଣେ କିମ୍ବଦନ୍ତୀ ପୁରୁଷଙ୍କୁ ହରାଇନାହୁଁ ବରଂ ଜଣେ ପ୍ରକୃତ ରାଷ୍ଟ୍ରବାଦୀ ଓ ମାଟିର ବରପୁତ୍ରଙ୍କୁ ହରାଇଛୁ। ରତନ ଟାଟାଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ରତନ ଟାଟାଙ୍କୁ ଜଣେ ବିରଳ ବ୍ୟବସାୟୀ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ସେ ବ୍ୟବସାୟକୁ ନୈତିକତାର ସହ ପରିଚାଳନା କରୁଥିଲେ। ରତନ ଟାଟାଙ୍କ ବିୟୋଗରେ ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ଟାଟା ଷ୍ଟିଲ୍ ପ୍ଲାଣ୍ଟର ଜଣେ କର୍ମଚାରୀ ଦୁଃଖ ପ୍ରକାଶ କରିବା ସହ ସେ ଆମ ପାଇଁ ଭଗବାନଙ୍କ ପରି ଥିଲେ ବୋଲି ବର୍ଣ୍ଣନା କରିଛନ୍ତି। ଆଜି ପରିବାରର ଜଣେ ସଦସ୍ୟଙ୍କୁ ହରାଇବା ଭଳି ଅନୁଭବ ହେଉଛି ବୋଲି ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe