ମଙ୍ଗଳବାର ପ୍ରତ୍ୟୁଷରେ ଗୁଜରାଟ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିବ ସାମୁଦ୍ରିକ ବାତ୍ୟା ‘ତୌତେ’

Advertisment
ମଙ୍ଗଳବାର ପ୍ରତ୍ୟୁଷରେ ଗୁଜରାଟ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିବ ସାମୁଦ୍ରିକ ବାତ୍ୟା ‘ତୌତେ’

Image Courtesy of The Hindu

ନୂଆଦିଲ୍ଲୀ: ଅତି ଉଗ୍ର ସାମୁଦ୍ରିକ ବାତ୍ୟା ‘ତୌତେ’ ମେ ୧୮ ତାରିଖ ରାତି ୨.୩୦ ରୁ ପ୍ରାତଃ ୫.୩୦ ଭିତରେ ପୋରବନ୍ଦର ଏବଂ ମହୁଆ ମଧ୍ୟ ଦେଇ ଗୁଜରାଟ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ମଧ୍ୟେ ମଧ୍ୟେ ୧୮୫ କିଲୋମିଟର ଝୁଙ୍କ ସହ ଘଣ୍ଟା ପ୍ରତି ପବନର ବେଗ ରହିବ ୧୫୫ ରୁ ୧୬୫ କିଲୋମିଟର ।

ବାତ୍ୟା ପ୍ରକୋପରୁ ପୋରବନ୍ଦର, ଆମରେଲି ଜୁନାଗଡ଼, ଗିର ସୋମନାଥ, ବୋତାଦ୍‌, ଭାବନଗର ଏବଂ ଅହମଦାବାଦର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ଅଛି। ଏହା ବ୍ୟତିରେକେ, ଦେବଭୂମି ଦ୍ବାରକା, କଚ, ଜାମନଗର, ରାଜକୋଟ, ମୋର୍ବି, ବାଲସଦ, ସୁରଟ, ବଡ଼ୋଦରା, ଭରୁଚ, ନବସାରି ଏବଂ ଆନନ୍ଦ ଜିଲ୍ଲାରେ ମଧ୍ୟ କିଛି କ୍ଷୟକ୍ଷତି ହୋଇପାରେ।

publive-image Image Courtesy of Deccan Herald

‘ଆଇଏମ୍‌ଡି’ର ବାତ୍ୟା ଭାରପ୍ରାପ୍ତ ଅଧିକାରୀ ସୁନିତା ଦେବୀ କହିଛନ୍ତି, ଗତି ପଥରେ ତୀବ୍ରତର ହୋଇ ‌‘ତୌତେ’ ମଧ୍ୟେ ମଧ୍ୟେ ୧୮୫ କିଲୋମିଟର ବେଗର ପବନ ଝୁଙ୍କ ସହ ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିଲୋମିଟର ବେଗରେ ଗୁଜରାଟ ଉପକୂଳ ଅତିକ୍ରମ କରିବ। ଏହା ଗୋଟାଏ ‘ସୁପରସାଇକ୍ଲୋନ‘ ହେବ ବୋଲି ଆମର ମନେହୁଏ ନାହିଁ, କିନ୍ତୁ ଖୁବ୍ ତୀବ୍ରତର ହେବ।

ଗୋଆରେ ଥିବା ‘ଡପ୍‌ଲର୍‌ ୱେଦର ରାଡାର୍‌’ ଯୋଗେ ‘ତୌତେ’ର ଗତିବିଧି ଉପରେ ଦୃଷ୍ଟି ରଖାଯାଇଛି। ବାତ୍ୟା ପ୍ରକୋପରୁ ସୋମବାର ଓ ମଙ୍ଗଳବାର ଦିନ ଉତ୍ତରପୂର୍ବ ଆରବ ସାଗର ପରିସ୍ଥିତି ମଧ୍ୟ ଭୟଙ୍କର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe