ପୁଅ ଆଶାରେ ୧୧ଟି କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ୪୨ବର୍ଷ ବୟସ‌ରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା

Advertisment
ପୁଅ ଆଶାରେ ୧୧ଟି କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ୪୨ବର୍ଷ ବୟସ‌ରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା

timesnownews.com

ଜୟପୁର: ରାଜସ୍ଥାନର ଚୁରୁ ଜିଲ୍ଲାରେ ଜଣେ ମହିଳା ପୁତ୍ର ସନ୍ତାନଙ୍କୁ ଜନ୍ମ ଦେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଅ ଆଶାରେ ୧୧ଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେବା ପରେ ଶେଷରେ ସେ ପୁତ୍ର ସନ୍ତାନ ଜନ୍ମ ଦେଇଥିବାରୁ ଖବରଟି ବେଶି ଚର୍ଚ୍ଚିତ ହେବାରେ ଲାଗିଛି। ଖାସ୍ କରି କନ୍ୟା ସନ୍ତାନ ଜନ୍ମ ଦେଉଥିବାରୁ ତାଙ୍କୁ ଶାଶୁ ଘର ଲୋକଙ୍କ ନିନ୍ଦା ସହିବାକୁ ପଡ଼ୁଥିବା ବେଳେ ଏବେ ତାହାର ଅନ୍ତ ଘଟିଛି। ନଭେମ୍ବର ୨୦ରେ ର ଗୁଡ଼ି ଚୁରୁ ଜିଲ୍ଲା ଡାକ୍ତରଖାନାରେ ନିଜ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।

Image result for infant feet Romper

ଗୁଡ଼ିଙ୍କ କହିବା ମୁତାବକ, କନ୍ୟା ସନ୍ତାନ ଜନ୍ମ ଦେଉଥିବାରୁ ଶାଶୁ ଘର ଲୋକଙ୍କ ସମେତ ସାହି ପଡ଼ିଶା ଲୋକେ ମୋତେ ନିନ୍ଦା କରିବା ଆରମ୍ଭ କରି ଦେଇଥିଲେ। ମୁଁ କେବେ ପୁତ୍ର ସନ୍ତାନ ଜନ୍ମ ଦେଇ ପାରିବି ନାହିଁ ବୋଲି କହିବା ଆରମ୍ଭ କରି ଦେଇଥିଲେ। ନିଜର ବଂଶ ଆଗକକୁ ବଢ଼ାଇବା ପାଇଁ ମୋ ସ୍ବାମୀ ମଧ୍ୟ ପୁଅ ଚାହୁଁଥିଲେ। ମୋର ୧୧ଜଣ ଝିଅଙ୍କ ମଧ୍ୟରୁ ୩ଜଣ ବିବାହ କରି ସାରିଥିବା ବେଳେ ସବୁଠାରୁ ବଡ଼ ଝିଅର ବୟସ ୨୨ବର୍ଷ। ପୁଅ ନଥିବାରୁ ପରିବାରର ଲୋକ ଚିନ୍ତାରେ ଥିବା ବେଳେ ଏବେ ସମସ୍ତଙ୍କ ମୁହଁରେ ହସ ଫୁଟିଛି ବୋଲି କହିଛନ୍ତି ଗୁଡ଼ି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe