ବିଳମ୍ବିତ ରାତ୍ରୀରେ ଶେଷ ହୋଇଛି ଅଭିନେତା ସୋନୁ ସୁଦ୍‌ଙ୍କ ମୁମ୍ବାଇ ଅଫିସରେ ଆୟକର ବିଭାଗ ଚଢ଼ାଉ

Advertisment
ବିଳମ୍ବିତ ରାତ୍ରୀରେ ଶେଷ ହୋଇଛି ଅଭିନେତା ସୋନୁ ସୁଦ୍‌ଙ୍କ ମୁମ୍ବାଇ ଅଫିସରେ ଆୟକର ବିଭାଗ ଚଢ଼ାଉ

Image Courtesy of NDTV

ନୂଆଦିଲ୍ଲୀ: ମୁମ୍ବାଇରେ ଥିବା ଅଭିନେତା ସୋନୁ ସୁଦ୍‌ଙ୍କ ଅଫିସ୍‌ମାନଙ୍କରେ ଗତ ବିଳମ୍ବିତ ରାତ୍ରରେ ଆୟକର ଚଢ଼ାଉ ଶେଷ ହୋଇଛି। ଅଭିନେତା ସୁଦ୍‌ଙ୍କ ସହ ସମ୍ପୃକ୍ତ ୬ଟି ସ୍ଥାନରେ ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରି ଘଣ୍ଟା ଘଣ୍ଟା ଧରି ତଲାସ କରିଥିଲେ।

ଲକ୍ଷ୍ନୌର ଏକ ରିୟଲ୍‌ ଇଷ୍ଟେଟ୍‌ କମ୍ପାନି ସହ ସୋନୁ ସୁଦ୍‌ କରିଥିବା ସମ୍ପତ୍ତି କାରବାର ବ୍ୟାପାରରେ ଆୟକର ବିଭାଗ ତଦନ୍ତ କରୁଥିବା କଥା କେତେକସୂତ୍ରରୁ ଜଣାପଡ଼ିଛି।

ଗୋଟିଏ ସୂତ୍ର କହିବା ଅନୁସା‌ରେ, ସୋନୁ ସୁଦ୍‌ଙ୍କ କମ୍ପାନି ଏବଂ ଲକ୍ଷ୍ନୌର ଏକ ରିୟଲ୍‌ ଇଷ୍ଟେଟ୍‌ ଫାର୍ମ‌୍‌ ମଧ୍ୟରେ ନିକଟ ଅତୀତରେ ହୋଇଥିବା ରାଜିନାମା ସମ୍ପ୍ରତି ଆୟକର ବିଭାଗ ସ୍କାନର୍‌ରେ ରହିଛି। ଏହି ରାଜିନାମାରେ ଟିକସ ଫାଙ୍କି ହୋଇଥିବା ଅଭିଯୋଗ ଆଧାରରରେ ତଲାସ ଅଭିଯାନ ଆରମ୍ଭ ହୋଇଛି।

publive-image Image Courtesy of Hamara Jammu

ଗତବର୍ଷ ମହାମାରୀ ଲକ୍‌ଡାଉନ୍‌ ସମୟରେ ତାଙ୍କର ଲୋକୋପକାର ଲାଗି ‘ପ୍ରବାସୀଙ୍କ ତ୍ରାଣକର୍ତ୍ତା’ ଭାବେ ପ୍ରଶଂସିତ ୪୮ ବର୍ଷିୟ ଅଭିନେତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ବୋଲି ବିରୋଧୀ ରାଜନେତାମାନେ କହିଛନ୍ତି। ସେ ସମୟରେ ଅସଂଖ୍ୟ ଲୋକ କର୍ମସଂସ୍ଥାନ ଓ ବାସସ୍ଥାନ ହରାଇ ଜନ୍ମମାଟିଠାରୁ ଦୂରରେ ଅଟକି ରହିଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କ ଘରବାହୁଡ଼ା ଲାଗି ସୋନୁ ବସ୍, ଟ୍ରେନ୍‌ ଏବଂ ଉଡ଼ାଜାହାଜ ବ୍ୟବସ୍ଥା କରିଥିଲେ। ଏ ବର୍ଷ ପ୍ରାରମ୍ଭରେ ଦେଶରେ ମହାମାରୀର ଦ୍ବିତୀୟ ଲହର ସମୟରେ ସେ କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କ ପାଇଁ ଅମ୍ଳଜାନ ବ୍ୟବସ୍ଥା ମଧ୍ୟ କରିଥିଲେ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସହ ସୋନୁଙ୍କର ଉଚ୍ଚସ୍ତରୀୟ ବୈଠକ ପରେ ଉପରୋକ୍ତ ଆୟକର ଚଢ଼ାଉ କରାଯାଇଛି। ‘ଦେଶ୍‌ କା ମେ‌ଣ୍ଟର୍ସ’ ନାମରେ ସ୍କୁଲ୍‌ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମ ନିମନ୍ତେ କେଜ୍ରିୱାଲ୍‌ ସୋନୁଙ୍କୁ ‘ବ୍ରାଣ୍ଡ୍‌ ଆମ୍ବାସାଡର୍‌’ ଘୋଷଣା କରିଛନ୍ତି।

କିନ୍ତୁ, ଏହି ଚଢ଼ାଉ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି ‘ବିଜେପି’ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe