ଆସନ୍ତା ବର୍ଷଠାରୁ ଇଲେକ୍ଟ୍ରିକ କାର ଚଳାଇବା ପାଇଁ ଓଲା, ଉବରକୁ ସରକାର ନିର୍ଦ୍ଦେଶ ଦେବେ !

Advertisment
ଆସନ୍ତା ବର୍ଷଠାରୁ ଇଲେକ୍ଟ୍ରିକ କାର ଚଳାଇବା ପାଇଁ ଓଲା, ଉବରକୁ ସରକାର ନିର୍ଦ୍ଦେଶ ଦେବେ !

Livemint

ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ ଯାନକୁ ପ୍ରେତ୍ସାହନ ଦେଇ ପ୍ରଦୂଷଣ ଓ ତେଲ ବ୍ୟବହାର କମାଇବାକୁ ଯୋଜନା କରୁଛନ୍ତି ଭାରତ ସରକାର। ଏହି ଯୋଜନା ଅନୁଯାୟୀ ଅନଲାଇନ ଟାସ୍କି ସର୍ଭିସ ଓଲା ଓ ଉବରକୁ ଆସନ୍ତା ବର୍ଷଠାରୁ ଇଲେକ୍ଟ୍ରିକ ଗାଡ଼ି ଚଳାଇବାକୁ କୁହାଯିବ । ଏ ସଂପର୍କରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କଲେ ଓଲା ଓ ଉବେରକୁ ଆସନ୍ତା ୨୦୨୧ ସୁଦ୍ଧା ବର୍ଷ ନିଜ ମୋଟ ଯାନର ୨.୫%, ୨୦୨୨ ସୁଦ୍ଧା ୫% ଓ ୨୦୨୩ ସୁଦ୍ଧା ୧୦% ଟାକ୍ସିକୁ ଇଲେକ୍ଟ୍କିକରେ ପରିଣତ କରିବାକୁ ପଡିବ ।
ତେବେ ଦେଶରେ ଇଲେକ୍ଟ୍ରିକ ମୋବିଲିଟି ପାଇଁ ଓଲା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । କମ୍ପାନି ଏବେ ଦେଶରେ ଏକାଧିକ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ସେଗୁଡ଼ିକ ମଧ୍ୟରେ ଚାର୍ଜିଂ ସଲ୍ୟୁସନ, ବ୍ୟାଟେରିଂ ସ୍ବାପିଂ ଷ୍ଟେସନ, ଦୁଇ, ତିନି ଏବଂ ଚାରି ଚକିଆ ଗାଡ଼ିର ଚଳାଚଳ ଆଦି ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପରେ ରତନ ଟାଟା ନିବେଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe