ସେନା ଗୁଳିରେ ଉତ୍ତର କଶ୍ମୀରର କୁପ୍‌ଓ୍ଵାରାରେ ଜଣେ ଟ୍ୟାକ୍‌ସି ଚାଳକ ମୃତ

Advertisment
ସେନା ଗୁଳିରେ ଉତ୍ତର କଶ୍ମୀରର କୁପ୍‌ଓ୍ଵାରାରେ ଜଣେ ଟ୍ୟାକ୍‌ସି ଚାଳକ ମୃତ

Image Courtesy of HT

ଶ୍ରୀନଗର: କର୍ଡନ୍‌ ଅପରେସନ୍‌ ବେଳେ ଉତ୍ତର କଶ୍ମୀରର କୁପ୍‌ଓ୍ଵାରା ଅଞ୍ଚଳରେ ସେନାବାହିନୀର ସୈନିକଙ୍କ ଗୁଳି ଚାଳନା ଯୋଗୁଁ ଜଣେ ଟ୍ୟାକ୍‌ସି ଚାଳକଙ୍କ ମୃତ୍ୟୁ ଘଟିଥିବା କଥା କୁହା ଯାଉଛି।

ମୃତ ଟ୍ୟାକ୍‌ସି ଡ୍ରାଇଭର୍‌ ଅସିଫ୍‌ ଇକ୍‌ବାଲ୍‌ଙ୍କ ପରିବାର ଲୋକେ କହୁଛନ୍ତି ଯେ ଚେତାବନୀ ଦିଅ ନ ଯାଇ ତାଙ୍କୁ ଗୁଳି ମରାଯାଇଥିଲା। ନିଜର ପଞ୍ଜିକୃତ ଟ୍ୟାକ୍‌ସିରେ କିଛି ରୋଗୀଙ୍କୁ ନେଇ ଡାକ୍ତରଖାନା ବାହାରିଥିବା ବେଳେ ତାଙ୍କ ଉପରକୁ ଗୁଳି ଚଳା ଯାଇଥିଲା। କିନ୍ତୁ ସେନା ତରଫରୁ କୁହାଯାଉଛି କି, ତାଙ୍କୁ ଅଟକିବାକୁ କୁହାଯାଇଥିଲା, ସେ ଅଟକିଲେ ନାହିଁ। ତେଣୁ ସେମାନେ ବାଧ୍ୟ ହୋଇ ଗୁଳି ଚଳାଇଥିଲେ।

ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଆତଙ୍କବାଦୀ ଚଳପ୍ରଚଳ ହେଉଥିବା ସୂଚନା ପାଇ ଶନିବାର ରାତିରେ ସେନାର ସୈନିକମାନେ କ୍ରାଲପୋରା ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲେ।

କିନ୍ତୁ, ଏ ସଂକ୍ରାନ୍ତରେ ସେନାବାହିନୀ ତରଫରୁ କୌଣସି ଆନୁଷ୍ଠାନିକ ବିବୃତି ଦିଆଯାଇ ନାହିଁ।

ଏ କଥାକୁ ପୁଲିସ ଅଧିକାରୀ ସ୍ୱୀକାର କରିଛନ୍ତି। ନିହତ ଡ୍ରାଇଭର୍‌ଙ୍କ ନାମରେ ପୂର୍ବରୁ କୌଣସି ବିଦ୍ରୋହାତ୍ମକ କାର୍ଯ୍ୟକଳାପ ଥିବାର ରିପୋର୍ଟ ନାହିଁ।

ସେ ଅଞ୍ଚଳକୁ ଆର୍ମିର ୨୧ ଆର୍‌ ଆର୍‌ କର୍ଡନ୍‌ କରିଥିବା କଥା ଡିଆଜି (ଉତ୍ତର) ଭି କେ ବିର୍ଦ୍ଦି କହିଛନ୍ତି। ସେ କହିଛନ୍ତି ଇକ୍‌ବାଲ୍‌ କର୍ଡନ୍‌ ଆଡ଼କୁ ଦୌଡ଼ି ଯାଉଥିଲା। ତାଙ୍କୁ ଡକାଯିବା ସତ୍ତ୍ୱେ ସେ ଅଟକିଲା ନାହିଁ। ତେଣୁ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଲେ।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe