ଶିକ୍ଷକଙ୍କ ନିର୍ଦେଶରେ ସହପାଠୀମାନେ ୧୨ ବର୍ଷୀୟ ବାଳିକାକୁ ମାରିଲେ ୧୬୮ ଚଟକଣା

ଶିକ୍ଷକଙ୍କ ନିର୍ଦେଶରେ ସହପାଠୀମାନେ ୧୨ ବର୍ଷୀୟ ବାଳିକାକୁ ମାରିଲେ ୧୬୮ ଚଟକଣା

Image Courtesy of India Today

ନୂଆଦିଲ୍ଲୀ: ଶିକ୍ଷକଙ୍କ ନିର୍ଦେଶ କ୍ରମେ ଜଣେ ୧୨ ବର୍ଷୀୟ ବାଳିକାକୁ ତା’ର ସହପାଠୀମାନେ ଛଅ ଦିନ ମଧ୍ୟରେ ୧୬୮ ଚକଟଣା ମାରିଛନ୍ତି।

ମଧ୍ୟପ୍ରଦେଶର ଏକ ଆବାସିକ ବିଦ୍ୟାଳୟରେ ଘଟିଥିବା ଏ ଭଳି ଘଟନା ସଂକ୍ରାନ୍ତରେ ବାଳିକାଟିର ବାପା ସ୍କୁଲ୍‌ କର୍ତ୍ତୃପକ୍ଷ ଏବଂ ପୁଲିସରେ ଅଭିଯୋଗ କରିବା ପରେ ସ୍କୁଲ୍‌ର ଅଧ୍ୟକ୍ଷ କେ ସାଗର ଏହାକୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଦଣ୍ଡ ବୋଲି କହିଛନ୍ତି। ସେ କହିଛନ୍ତି, ସ୍କୁଲ୍‌ରେ ଭଲ ପାଠ ପଢ଼ିବା ପାଇଁ ଏ ଭଳି ଦଣ୍ଡ ତାକୁ ସହାୟକ ହେବ।

ଘଟଣାଟି ଘଟିଛି ଥାଣ୍ଡଲା ସହରର ନବୋଦୟ ବିଦ୍ୟାଳୟରେ। ୧୨ ବର୍ଷୀୟ ବାଳିକାର ବାପା ଶିବପ୍ରତାପ ସିଂହ ପୁଲିସରେ କହିଛନ୍ତି ଯେ ଜାନୁଆରି ୧୧ରୁ ୧୬ ତାରିଖ ମଧ୍ୟରେ ଝିଅକୁ ୧୬୮ ଚଟକଣା ମରାଯାଇଛି। ଝିଅଟି ସେ ସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରେ ପଢ଼େ।

ଝିଅର ବାପା ପୁଲିସରେ କହିଛନ୍ତି ଯେ ଜାନୁଆରି ୧୧ ତାରିଖ ଦିନ ବିଜ୍ଞାନ ଶିକ୍ଷକ ମନୋଜ କୁମାର ବର୍ମା ଦଣ୍ଡସ୍ୱରୂପ ଝିଅକୁ ଚଟକଣା ମାରିବାକୁ ତା’ର ସହପାଠୀମାନଙ୍କୁ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ୧୨ ବର୍ଷୀୟ ଝିଅକୁ ୧୪ ଜଣ ଝିଅ ଦୈନିକ ଦୁଇ ଥର ଛଅ ଦିନ ଧରି ଚଟକଣା ମାରିଥିଲେ।

ଦୁଇ ଦିନ ତଳେ ଝିଅର ବାପା ଦେଇଥିବା ବୟାନ ଅନୁସାରେ, ଝିଅ ଅସୁସ୍ଥ ଥିବାରୁ ହୋମ୍‌ଓ୍ଵାର୍କ କରି ପାରି ନ ଥିଲା। ତେଣୁ ଶିକ୍ଷକ ତା’ ପ୍ରତି ଏଭଳି ଦଣ୍ଡ ବିଧାନ କରିଥିଲେ। ଝିଅ ଅସୁସ୍ଥ ଥିବା କଥା ମଧ୍ୟ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଜଣା ନ ଥିଲା।
ଅତ୍ୟାଚାର ଏବଂ ଭୟ ଯୋଗୁଁ ଅଧିକ ଅସୁସ୍ଥ ହୋଇ ଝିଅ ଆଉ ସ୍କୁଲ୍‌କୁ ଯିବାକୁ ନ ଚାହିଁବାରୁ ତାକୁ ଏକ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା।

ଥଣ୍ଡଲା ଥାନା ଭାରପ୍ରାପ୍ତ ଅଧିକାରୀ ଏସ୍‌ ଏସ୍‌ ଭାଘେଲ କହନ୍ତି, ଆମେ ଅଭିଯୋଗ ପାଇଛୁ। କିନ୍ତୁ, ସେ କୌଣସି ଶାରୀରିକ ଆଘତ ପାଇ ନ ଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି।

ଜିଲ୍ଲାପାଳ ଆଶିସ ସାକ୍‌ସେନା କହନ୍ତି କି, ଏଥିପାଇଁ ତଦନ୍ତାଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe