ଗ୍ରେଟର ନୋଏଡ଼ା: ଜମ୍ମୁରେ ଅବସ୍ଥାପିତ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ଲକ୍ଡାଉନ୍ ବେଳେ ମଧ୍ୟ ନିଜ ବାପାଙ୍କ ଶେଷସଂସ୍କାର କାର୍ଯ୍ୟରେ ଯୋଗ ଦେଇପାରିଛନ୍ତି। ଏହା ସମ୍ଭବ ହୋଇପାରିଛି ବରିଷ୍ଠ ଅଧିକାରୀମାନଙ୍କ ବୁଝାମଣା ଓ ସହଯୋଗ ଯୋଗୁ। ଉତ୍ତରପ୍ରଦେଶର ଲକ୍ଷୀମପୁର ଖେରୀ ଜିଲ୍ଲାର ଆଶିଷ ଖରେ ୧୦୦୦ କିମି ଦୂର ଜମ୍ମୁରେ ଚାକିରି କରନ୍ତି। କର୍କଟ ପୀଡ଼ିତ ବାପାଙ୍କ ମୃତ୍ୟୁ ପରେ ସେ ଖବର ପାଇଲେ ଏପ୍ରିଲ୍ ୧୮ ତାରିଖରେ ଏବଂ ବଡ଼ପୁଅ ହୋଇଥିବାରୁ ମୁଖାଗ୍ନି ଦେବା ପାଇଁ ସାନଭାଇ ଚାପ ପକାଇଥିଲେ। ତେବେ ୪ଟି ରାଜ୍ୟ ଅତିକ୍ରମ କରିବାକୁ ପଡୁଥିବାରୁ କେମିତି ପହଞ୍ଚିବେ, ସେଇ ଚିନ୍ତାରେ ଥିଲେ। ତୁରନ୍ତ ସେ ନୋଏଡ଼ା ଠାରେ ଥିବା ପ୍ରବାସୀ ଉତ୍ତରପ୍ରଦେଶୀ ହେଲ୍ପ୍ଲାଇନ୍କୁ ଫୋନ୍ କରି ସହଯୋଗ ଲୋଡ଼ିଲେ। ସେଠାରୁ ସହଯୋଗ ତୁରନ୍ତ ମିଳିଥିଲା ଏବଂ ଜମ୍ମୁ ଓ କାଶ୍ମୀରର ମୁଖ୍ୟ ଶାସନସଚିବ ମଧ୍ୟ ତାଙ୍କ ପାଇଁ ପାସ୍, ଅନୁମତିପତ୍ର ଓ ଷ୍ଟିକର ସହ ଏକ ଏସ୍ୟୁଭି ଗାଡ଼ି ବ୍ୟବସ୍ଥା କରିଦେଲେ। ସେ ଏପ୍ରିଲ୍ ୧୯ରେ ପହଞ୍ଚି ପରଦିନ ବାପାଙ୍କୁ ଶ୍ମଶାନରେ ମୁଖାଗ୍ନି ଦେଇଥିଲେ। ମଙ୍ଗଳବାର ପରଠୁ ସେ ଭିଡିଓ କନ୍ଫରେନ୍ସିଂରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଛନ୍ତି।
ବାପାଙ୍କୁ ମୁଖାଗ୍ନି ପାଇଁ ହଜାରେ କିଲୋମିଟର ଯାତ୍ରା କଲେ ଶିକ୍ଷକ, ଜମ୍ମୁରୁ ଆସିଲେ ଦିଲ୍ଲୀ
Advertisment
Follow Us