ଛାତ୍ରର ପ୍ରେମରେ ପଡିଗଲେ ସ୍କୁଲ ଦିଦି,ପରେ ପ୍ରେମିକ ନାମରେ କଲେ ଅଭିଯୋଗ

Advertisment
ଛାତ୍ରର ପ୍ରେମରେ ପଡିଗଲେ ସ୍କୁଲ ଦିଦି,ପରେ ପ୍ରେମିକ ନାମରେ କଲେ ଅଭିଯୋଗ

photo-aajtak

ରାମପୁର: ସ୍କୁଲରେ ପାଠ ପଢାଉଥିବାବେଳେ ଛାତ୍ରଙ୍କ ପ୍ରେମରେ ପଡିଗଲେ ଶିକ୍ଷୟତ୍ରୀ | ଉଭୟ ଛାତ୍ର-ଶିକ୍ଷୟତ୍ରୀ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ। ତେବେ ସମ୍ପର୍କ ପରେ ଯେତେବେଳେ ପ୍ରେମିକ ବିଦେଶ ଯିବା ପାଇଁ ଚେଷ୍ଟା କରିଥିଲେ ସେତେବେଳେ ଶିକ୍ଷୟତ୍ରୀ ମାମଲା ରୁଜୁ କରି ଛାତ୍ରଙ୍କୁ ଜେଲ ପଠାଇ ଦେଇଛନ୍ତି | ଉତ୍ତରପ୍ରଦେଶର ରାମପୁରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷୟତ୍ରୀ ତାଙ୍କ ଛାତ୍ରଙ୍କୁ ଭଲ ପାଉଥିଲେ।

ଏହା ପରେ ଦୁହେଁ ଏକାଠି ଜୀବନଯାପନ କରିବାକୁ ଶପଥ ନେଇଥିଲେ ଏବଂ ଛାତ୍ର ମଧ୍ୟ ଶିକ୍ଷୟତ୍ରୀଙ୍କୁ ବିବାହର ସ୍ୱପ୍ନ ଦେଖାଇଥିଲେ। ଶିକ୍ଷୟତ୍ରୀ ଏବଂ ଛାତ୍ରଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିବାବେଳେ ପରେ ଯୁବକ ଜଣକ ବିବାହ କରିବାକୁ ମନା କରି ବିଦେଶ ଯିବାକୁ ମନ ବଳାଇଥିଲେ । ଆଉ ଶାରୀରିକ ସମ୍ପର୍କ ରଖି ବିବାହ ନକରିବାରୁ ଶିକ୍ଷୟତ୍ରୀ ତାଙ୍କ ଛାତ୍ର(ପ୍ରେମିକ)ଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ କରିଥିଲେ ।

publive-image photo-aajtak

ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି | ଏହି ଘଟଣାରେ ପୁଲିସ କହିଛି ଯେ, ଯୁବତୀ ଜଣଙ୍କ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ | ତେଣୁ ମାମଲା ରୁଜୁ କରାଯାଇ ଯୁବକଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଛି | ଯୁବକଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଅନୁଯାୟୀ ଏକ ମାମଲା ଦାୟର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe