ଅଭିଭାବକ ଫିସ୍ ଦେଇ ନ ଥବାରୁ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ କୋଠରୀରେ ବନ୍ଦ କରିଦେଲେ, ଛୁଟି ପରେ ବି ଛାଡ଼ିଲେନି

Advertisment
ଅଭିଭାବକ ଫିସ୍ ଦେଇ ନ ଥବାରୁ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ କୋଠରୀରେ ବନ୍ଦ କରିଦେଲେ, ଛୁଟି ପରେ ବି ଛାଡ଼ିଲେନି

Meritnation

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଦୁଃଖଦାୟକ ଘଟଣା। ଅଭିଭାବକ ଫିସ ଦେଇ ନ ଥବାରୁ ସ୍କୁଲରେ ପଢୁଥିବା ଛୋଟ ଛୋଟ ପିଲାଙ୍କୁ ୫ ଘଣ୍ଟା ଧରି ସ୍କୁଲ କର୍ତ୍ତୃପକ୍ଷ ଏକ କୋଠରୀ ଭିତରେ ବନ୍ଦ କରି ରଖିଥିଲେ । ଘଟଣାଟି ଦିଲ୍ଲୀର ଚାନ୍ଦିନୀଚୌକ ଅଞ୍ଚଳରେ ଥିବା ରାବିୟା ଗର୍ଲସ୍ ପବ୍ଲିକ୍ ସ୍କୁଲରେ ଘଟିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଭିଭାବକମାନେ ସ୍କୁଲରେ ଫିସ୍ ପୈଠ ନ କରିଥିବାରୁ ସ୍କୁଲ୍ କର୍ତ୍ତୃପକ୍ଷ ପିଲାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ । କେବଳ ଏତିକି ନୁହଁ ଅଭିଭାବକଙ୍କ କହିବାନୁସାରେ ସକାଳ ୭.୩୦ ରୁ ସ୍କୁଲର ବେସମେଣ୍ଟରେ ବନ୍ଦ କରାଯାଇଥିଲା ଏବଂ ପିଲାଙ୍କୁ ଭୋକରେ ମଧ୍ୟ ରଖାଯାଇଥିଲା । ଛୁଟି ହେବା ପରେ ଯେତେବେଳେ ପିଲାମାନେ ଘରକୁ ଫେରିଲେନି ଅଭିଭାବକ ସ୍କୁଲ୍ ଯାଇ ଘଟଣା ସଂପର୍କରେ ଅବଗତ ହୋଇଥଲେ।

publive-image BW Education

ଏହି ଘଟଣାର ସମ୍ପୁର୍ଣ୍ଣ ରିପୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସଚିବ ଏବଂ ଶିକ୍ଷା ନିର୍ଦ୍ଦେଶକଙ୍କୁ ମାଗିଛନ୍ତି ଏବଂ ସାକ୍ଷାତ କରିବା ପାଇଁ ମଧ୍ୟ ଡଳାଇଛନ୍ତି ।

ତେବେ ଦିଲ୍ଲୀ ପୋଲିସ୍ ଉକ୍ତ ସ୍କୁଲର ଅଧିକାରୀଙ୍କ ବିରୋଧରେ ଏଫଆଇଆର ଦାୟର କରିଛି । କେଜି ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ସ୍କୁଲରେ ବନ୍ଦୀ କରିଥିବା ନେଇ ଅଭିଭାବକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । କିଛି ଅଭିଭାବକ ସ୍କୁଲ ଫିସ୍ ପୈଠ କରିବା ମଧ୍ୟ ସ୍ୱୀକାର କରିଛନ୍ତି କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହା ଖାତାରେ ଉଠି ନାହିଁ ବୋଲି ଜଣାପଡ଼ିଛି।

ତେବେ ଘଟଣାକୁ ବଢୁଥିବା ଦେଖି ସ୍କୁଲର ପ୍ରିନ୍ସିପାଲ୍ ଏହି ଘଟଣାକୁ ଖଣ୍ଡନ କରିବା ସହ ପିଲାଙ୍କୁ କରିକୁଲାର୍ ଆକ୍ଟିଭିଟି ଶିକ୍ଷା ଦିଆଯାଉଥିବା କଥା କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe