ପାକିସ୍ତାନ ଜିତିବା ପରେ ହ୍ବାଟସଆପରେ ଷ୍ଟାଟସ୍ ଦେବା ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଲା: ଚାକିରିରୁ ହେଲେ ନିଲମ୍ବନ

ପାକିସ୍ତାନ ଜିତିବା ପରେ ହ୍ବାଟସଆପରେ ଷ୍ଟାଟସ୍ ଦେବା ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଲା: ଚାକିରିରୁ ହେଲେ ନିଲମ୍ବନ

ଜୟପୁର: ଗତ ରବିବାର ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚରେ ଭାରତୀୟ ଦଳ ହାରିଯିବା ପ‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଏହା ନିରାଶ କରି ଦେଇଥିଲା। ଏଭଳି ସମୟରେ ରାଜସ୍ଥାନର ଉଦୟପୁରରେ ରହୁଥିବା ଜଣେ ଶିକ୍ଷୟିତ୍ରୀ ପାକିସ୍ତାନ ବିଜୟକୁ ନେଇ ହ୍ୱାଟସଆପରେ ଷ୍ଟାଟସ୍ ରଖିଥିଲେ । ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଶିକ୍ଷୟିତ୍ରୀଙ୍କ ନାମ ହେଉଛି ନଫିସା ଅଟାରୀ

ଗତ ରବିବାର ମ୍ୟାଚ ପରେ ପାକିସ୍ତାନ ଭାରତକୁ ହରାଇ ବିଜୟର ଖୁସି ମନାଇଥିଲା । ଏହାପରେ ଉଦୟପୁରର ଖେଲଗାଁଓର ନୀରଜା ମୋଦୀ ସ୍କୁଲର ଶିକ୍ଷୟିତ୍ରୀ ନଫିସା ଅଟାରୀ ନିଜ ହ୍ବାଟସ ଆପରେ ପାକିସ୍ତାନ ଖେଳାଳିଙ୍କ ଫଟୋ ଦେଇ ‘ଉଇ-ୱନ’ ଓ ‘ଆମେ ଜିତି ଗଲୁ’ ବୋ୍ଲି ଷ୍ଟାଟର୍ସ ଦେଇଥିଲେ।

ଶିକ୍ଷୟିତ୍ରୀ ନଫିସା ଅଟାରୀଙ୍କ ଏହି ଷ୍ଟାଟସକୁ ଦେଖିବା ପରେ ଏହାର ସ୍କ୍ରିନ୍ ସଟକୁ ନେଇ କିଛି ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଠାଇ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ। ଏହାପରେ ସୋସିଆଲ ମିଡିଆରେ ଅନେକଲୋକ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ଟ୍ରୋଲ କରିଥିଲେ । ଶିକ୍ଷୟିତ୍ରୀ ‌ଟ୍ରୋଲ ହେବା ପରେ ଶେଷରେ ସ୍କୁଲ ନଫିସା ଅଟାରୀଙ୍କୁ ନିଲମ୍ବନ କରି ଦେଇଥି‌ଲେ ।

ନିଲମ୍ବନ ହେବା ପରେ ଶିକ୍ଷୟିତ୍ରୀ ନଫିସା ଅଟାରୀ ସଫେଇ ଦେଇ କହିଥିଲେ କି ସେ ଏପରି ମଜାକ‌ରେ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe