ପ୍ରଥମ ଶ୍ରେଣୀ ଛାତ୍ରକୁ ଶ୍ରେଣୀଗୃହରେ ବନ୍ଦ କରି ଘରକୁ ପଳାଇଲେ ଶିକ୍ଷକ

Advertisment
ପ୍ରଥମ ଶ୍ରେଣୀ ଛାତ୍ରକୁ ଶ୍ରେଣୀଗୃହରେ ବନ୍ଦ କରି ଘରକୁ ପଳାଇଲେ ଶିକ୍ଷକ

ଲଖନଉ: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଗୁଲାଭାଟୀ ବ୍ଲକର ସେଗଡାପୀର ଗ୍ରାମରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହାକି କିଛି ଶିକ୍ଷକମାନଙ୍କର ମାନସିକତାକୁ ପଦାରେ ପକାଇଛି | ବାସ୍ତବରେ ଏଠାରେ ଥିବା ସାନଭିଲିୟନ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ କୋଠରୀରେ ତାଲା ପକାଇ ଶିକ୍ଷକମାନେ ଘରକୁ ପଳାଇଥିଲେ । ଆଉ ଛାତ୍ର ଜଣକ ପ୍ରାୟ ଦୁଇ ଘଣ୍ଟା କାଳ ଏକୁଟିଆ ଶ୍ରେଣୀଗୃହରେ ବନ୍ଦ ହୋଇ ରହିଥିଲା | ମିଳିଥିବା ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ସାନଭିଲିୟନ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଶ୍ରେଣୀଗୃହରେ ତାଲା ପକାଇଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଶିକ୍ଷକଙ୍କ ଅସାବଧାନତା ଯୋଗୁଁ ଛାତ୍ର ଜଣକ ପ୍ରାୟ ଦୁଇ ଘଣ୍ଟା ଶ୍ରେଣୀଗୃହରେ ବନ୍ଦ ହୋଇ ରହିଥିଲା |

ପରିବାର ସଦସ୍ୟ ପୁଅକୁ ଖୋଜି ଖୋଜି ସ୍କୁଲରେ ପହଞ୍ଚିବା ପରେ ସେମାନେ ପୁଅକୁ ଶ୍ରେଣୀଗୃହରେ ଦେଖିବାକୁ ପାଇଥିଲେ | ଆଉ ଶ୍ରେଣୀଗୃହ ବାହାରେ ତାଲା ପଡିଥିବାର ଦେଖିବାକୁ ପାଇଥିଲେ | ଏହାପରେ ତାଲା ଭାଙ୍ଗି ସେମାନେ ଛାତ୍ରକୁ ଉଦ୍ଧାର କରିଥିଲେ | ଯେତେବେଳେ ବିଦ୍ୟାଳୟରେ ଶ୍ରେଣୀଗୃହରେ ବନ୍ଦୀ ଅବସ୍ଥାରେ ଥିବା ଛାତ୍ରର ଭିଡିଓ ଭାଇରାଲ ହୋଇଥିଲା, ସେତେବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମାଗିଥିଲା। ଶୁକ୍ରବାର ରିପୋର୍ଟକୁ ଆଧାର କରି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଧାନଶିକ୍ଷକ, ତିନି ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି |

ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ଅନୁସନ୍ଧାନ ରିପୋର୍ଟରେ ଶିକ୍ଷକଙ୍କ ଅବହେଳା ସାମ୍ନାକୁ ଆସିଥିଲା | ସମସ୍ତ ଶିକ୍ଷକ ଛୁଟି ପରେ କ୍ଲାସଗୁଡ଼ିକୁ ଯାଞ୍ଚ କରିବା କଥା | କିନ୍ତୁ ଏହା ନ କରି ତାଲା ପକାଇ ପଳାଇଯାଇଥିଲେ | ଏହି ଅବହେଳାକୁ ବରଦାସ୍ତ କରାଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe