ବାଲିଆ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ରସଡ଼ା ଗ୍ରାମର ଏକ ଘରୋଇ ସ୍କୁଲରେ ଶିକ୍ଷକଙ୍କ ଚାପୁଡ଼ା ମାଡ଼ରେ ଜଣେ ପଞ୍ଚମ ଶେଣୀ ଛାତ୍ରୀ(୧୧)ଙ୍କ ମୃତ୍ୟୁ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଜି ମୃତ ଛାତ୍ରୀଙ୍କ ଶବକୁ ସ୍କୁଲ୍ ଆଗରେ ରଖି ପରିବାର ଲୋକେ ଧାରଣା ଦେବା ସହ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ୍ ଅଭିଯୁକ୍ତ ଶିକ୍ଷକ ରଜନୀ ଉପାଧ୍ୟାୟଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଖବର ମୁତାବକ, ବୁଧବାର ସ୍କୁଲରେ ଭଲରେ ଡ୍ରଇଁ କରିପାରିନଥିବାରୁ ଶିକ୍ଷକ ଉପାଧ୍ୟାୟ ଛାତ୍ରୀଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଛାତ୍ରୀ ଜଣକ ଏଥିରେ ବେହୋସ୍ ହୋଇଯିବାରୁ ତାଙ୍କୁ ତୁରନ୍ତ ବନାରସ୍ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥଲା। ଅପରପକ୍ଷେ, ଛାତ୍ରୀ ଜଣକ ରୋଗୀଣା ଥିଲେ ଏବଂ ପୂର୍ବରୁ ଅନେକ ଥର ସେ ସ୍କୁଲରେ ବେହୋସ୍ ହୋଇ ଯାଇଥିବା ନଜିର ଅଛି ବୋଲି ସ୍କୁଲ କର୍ତ୍ତୁପକ୍ଷଙ୍କ ପାଖରୁ ଜାଣିବାକୁ ମିଳିଛି।
ଶିକ୍ଷକଙ୍କ ଚାପୁଡ଼ାରେ ଛାତ୍ରୀ ମୃତ
Advertisment
Follow Us