ଖୁବ୍‌ଶୀଘ୍ର ଓଡ଼ିଶାରେ ଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ନିଷ୍ଠା’

Advertisment
ଖୁବ୍‌ଶୀଘ୍ର ଓଡ଼ିଶାରେ ଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ନିଷ୍ଠା’

Patrika

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ‘ନିଷ୍ଠା’ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକମାନଙ୍କ ପ୍ରଶିକ୍ଷଣକୁ ତ୍ବରାନ୍ବିତ କରାଯିବ। ଓଡ଼ିଶା ସହିତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କାଶ୍ମୀର, ପଞ୍ଜାବ, କେରଳ ଓ କର୍ଣ୍ଣାଟକରେ ଖୁବ୍‌ଶୀଘ୍ର ଏହି ଅଭିଯାନ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନୂତନ ଜାତୀୟ ଶିକ୍ଷା ନୀତିକୁ ମଞ୍ଜୁରୀ ମିଳିବା ପୂର୍ବରୁ କେନ୍ଦ୍ର ସରକାର ‘ନ୍ୟାସନାଲ ଇନୋଭେଟିଭ୍ ଫର୍ ସ୍କୁଲ ହେଡ୍‌ସ ଆଣ୍ଡ ଟିଚରରସ୍ ହୋଲିଷ୍ଟିକ୍ ଆଡଭାନ୍ସମେଣ୍ଟ’ ବା ‘ନିଷ୍ଠା’ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି, ଦେଶର ୪୨ ଲକ୍ଷ ଶିକ୍ଷକଙ୍କୁ ୬ ମାସ ମଧ୍ୟରେ ପ୍ରଶିକ୍ଷଣ ପ୍ରଦାନ କରିବା। ୨୦୨୦ ମସିହା ଫେବ୍ରୁଆରି ମାସ ସୁଦ୍ଧା ଏହି କାର୍ଯ୍ୟ ସମ୍ପାଦାନ କରିବା ପାଇଁ ପ୍ରଥମେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର, କରୋନା ଯୋଗୁ ଓଡ଼ିଶା ସମେତ ୯ଟି ରାଜ୍ୟରେ ପ୍ରଶିକ୍ଷଣ କାର୍ଯ୍ୟ ଅଧାରେ ଅଟକିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପକ୍ଷରୁ ଜଣାପଡ଼ିଛି ‌ଯେ, କାର୍ଯ୍ୟକ୍ରମ ପାଇଁ ମାଷ୍ଟର୍‌ ଟ୍ରେନର୍‌ମାନଙ୍କୁ ପ୍ରଶିକ୍ଷଣ ଦିଆସରିଛି। ମାତ୍ର, ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟ ଏଯାବତ୍‌ ଆରମ୍ଭ ହୋଇନାହିଁ। ଏବେ କେନ୍ଦ୍ର ସରକାର ନୂତନ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ଉପରେ ଅଗ୍ରାଧିକାର ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ଓଡ଼ିଶା ସମେତ ୯ଟି ରାଜ୍ୟରେ ‘ନିଷ୍ଠା’ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe