ସିରିଜ୍ ହାରିଲା ଟିମ୍ ଇଣ୍ଡିଆ: ଶେଷ ମ୍ୟାଚ୍ ୧୧୦ ରନ୍‌ରେ ଜିତିଲା ଶ୍ରୀଲଙ୍କା

ସିରିଜ୍ ହାରିଲା ଟିମ୍ ଇଣ୍ଡିଆ: ଶେଷ ମ୍ୟାଚ୍ ୧୧୦ ରନ୍‌ରେ ଜିତିଲା ଶ୍ରୀଲଙ୍କା

କଲମ୍ବୋ: କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚରେ ପରାଜୟ ସହିତ ଟିମ୍ ଇଣ୍ଡିଆ ଏକଦିବସୀୟ ହାରିଛି। ଶ୍ରୀଲଙ୍କା ଦୁଇଟି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ଜିତି ନେଇଛି। ୩ ଟିକିଆ ସିରିଜ୍ ମଧ୍ୟରେ ଶ୍ରୀଲଙ୍କା ୨ଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା।

ଧାର୍ଯ୍ୟ ୨୪୯ ରନ୍‌ର ପିଛା କରି ଟିମ୍ ଇଣ୍ଡିଆ ୨୬.୧ ଓଭରରେ ୧୦ ୱିକେଟ ହରାଇ ୧୩୮ ରନ୍ ସଂଗ୍ରହ କରିଥିଲା। ରୋହିତ ଶର୍ମା ୩୫ ରନ୍ କରିଥିବାବେଳେ ବିରାଟ କୋହଲି ୨୦ ରନ୍ କରିଥିଲେ। ସେହିପରି ରିୟାନ ପରାଗ ୧୫ ଏବଂ ୱାଶିଂଟନ ସୁନ୍ଦର ୩୦ ରନ୍ କରିଥିଲେ। ଅନ୍ୟ ୭ ଜଣ ବ୍ୟାଟ୍ସମ୍ୟାନ ଏକ ଅଙ୍କରେ ରହିଥିଲେ।

ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍ ସଂଗ୍ରହ କରିଥିଲା। ଗତ ଦୁଇଟି ମ୍ୟାଚ୍ ତୁଳନାରେ ଏଥର ଶ୍ରୀଲଙ୍କା ଓପନରମାନେ ନିଜ ଦଳର ଭଲ ଆରମ୍ଭ କରିଥିଲେ ଏବଂ ପ୍ରଥମ ୱିକେଟ୍ ପାଇଁ ୮୯ ରନ୍ ଯୋଡିଥିଲେ। କିନ୍ତୁ ପୃଥମ୍ ନିସଙ୍କା ୪୫ ରନ୍ କରି ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଥିବାବେଳେ ଅଭିସ୍କା ଫର୍ନାଣ୍ଡୋ ୯୬ କରି ଶତକରୁ ବଞ୍ଚିତ ହୋଇଥିଲେ।

ସେ ପାଭିଲୟନକୁ ଫେରିବା ପରେ କୁସାଲ ମେଣ୍ଡିସ ୫୯ ରନ୍ କରିଥିଲେ। ସେ ଗୋଟିଏ ପଟେ ରହିଥିବାବେଳେ ୱିକେଟର ପତନ ଜାରି ରହିଥିଲା। କାମିଣ୍ଡୁ ମେଣ୍ଡିସ୍ ୨୩ ରନ୍ କରିଥିଲେ। ଶ୍ରୀଲଙ୍କା ୭ ୱିକେଟ୍ ହରାଇ ୨୪୮ ରନ୍ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe