Team India squad announced for Australia tour: Shubman to captain, Rohit-Kohli back
ଅହମଦାବାଦ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଏକଦିବସୀୟ ଦଳ ଘୋଷିତ ହୋଇଛି। ଏକ ଦିବସୀୟ ଦଳ ପାଇଁ ଶୁବମନ ଗିଲ୍ ଅଧିନାୟକ ଥିବାବେଳେ ଦଳକୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଫେରିଛନ୍ତି।
ଟିମ୍ ଇଣ୍ଡିଆ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ବିରୋଧରେ ୩ ଏକ ଦିବସୀୟ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ବିସିସିଆଇର ଚୟନ ବୈଠକ ଅହମଦାବାଦରେ ଅନୁଷ୍ଠିତ ହୋଇଥିଲା।
ଶ୍ରେୟସ ଆୟାରଙ୍କୁ ଏକଦୀବସୀୟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି। ଏକଦୀବସୀୟ ଦଳ ପାଇଁ କେଏଲ ରାହୁଲଙ୍କୁ ୱିକେଟ କିପର ନିଯୁକ୍ତ କରାଯାଇଛି। ସେହିପରି ଟି-୨୦ ଦଳ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଘୋଷଣା କରାଯାଇଛି।
ଟି-୨୦ ସିରିଜର ସୂଚୀ:
ପ୍ରଥମ ଟି୨୦-୨୯ ଅକ୍ଟୋବର-କାନବେରା
ଦ୍ୱିତୀୟ ଟି-୨୦-୩୧ ଅକ୍ଟୋବର-ମେଲବୋର୍ଣ୍ଣ
ତୃତୀୟ ଟି-୨୦-୨ ନଭେମ୍ବର-ହୋବାର୍ଟ
ଚତୁର୍ଥ ଟି-୨୦-୬ ନଭେମ୍ବର-ଗୋଲ୍ଡ କୋଷ୍ଟ
୫ମ ଟି-୨୦ -୮ ନଭେମ୍ବର-ବ୍ରିସବେନ
Follow Us