Team India won the toss: Bowling decision Photograph: (Sambad.in)
ଚେନ୍ନାଇ: ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଶନିବାର ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଦୁଇଦେଶ ମଧ୍ୟରେ ଖେଳାଯାଉଥିବା ଟି-୨୦ ପାଞ୍ଚଟିକିଆ ସିରିଜ୍ର ଦ୍ବିତୀୟ ମ୍ୟାଚ୍ରେ ମୁହାଁମୁହିଁ ହୋଇଛି। ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଛି।
ଟିମ୍ ଇଣ୍ଡିଆ ସ୍କ୍ବାଡ୍ରେ ସଞ୍ଜୁ ସାମସନ୍ (ଡବ୍ଲୁ), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ରବି ବିଶ୍ନୋଇ, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ଶାମି, ୱାଶିଂଟନ୍ ସୁନ୍ଦର, ଧ୍ରୁବ ଜୁରେଲ, ହର୍ଷିତ ରାଣା ପ୍ରମୁଖ ଅଛନ୍ତି।
ସେହିପରି ଇଂଲଣ୍ଡ ସ୍କ୍ବାଡ୍ରେ ଫିଲିପ୍ ସଲ୍ଟ (ଡବ୍ଲୁ), ଜୋସ୍ ବଟଲର୍ (ଅଧିନାୟକ), ବେନ୍ ଡକେଟ୍, ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଯାକବ ବେଥେଲ, ଜାମି ଓଭରଟନ୍, ବ୍ରାଇଡନ୍ କାର୍ସେ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍, ସାକିବ ମହମୁଦ, ଗୁସ୍ ଆଟକିନ୍ସନ୍, ଜାମି ସ୍ମିଥ୍, ରେହାନ୍ ଅହମ୍ମଦ ପ୍ରମୁଖ ଅଛନ୍ତି।
କୋଲକାତାରେ ଇଂଲଣ୍ଡ ବିପକ୍ଷ ଚାରି ଓଭରରେ ଅର୍ଶଦୀପ ୧୭ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ତାଙ୍କ ପ୍ରଦର୍ଶନ ଆଧାରରେ ସେ କ୍ରିକେଟର ସବୁଠାରୁ କମ୍ ଫର୍ମାଟରେ ଭାରତରୁ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଥିଲେ।
ଅଧିକ ପଢ଼ନ୍ତୁ: ୟୁନୁସ୍ କ୍ଷମତା ଛାଡିଲେ ବାଂଲାଦେଶର ସ୍ଥିତି ସୁଧୁରିବ: ହସିନା ସରକାରଙ୍କ ପୂର୍ବତନ ମନ୍ତ୍ରୀ
Follow Us