Team India's defeat in the Guwahati Test is certain!: 522 runs target to win on the last day Photograph: (sambad.in)
ଗୌହାଟୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଗୌହାଟିରେ ଚାଲିଛି। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ବ୍ୟାଟିଂ ଏବଂ ବୋଲିଂ ଉଭୟରେ ଚମତ୍କାର ପ୍ରଦର୍ଶନ କରିଛି। ଟିମ୍ ଇଣ୍ଡିଆ ଆଗରେ ଚତୁର୍ଥ ଦିନରେ ୫୪୯ ରନ୍ର ଟାର୍ଗେଟ ଥିଲା। ତେବେ ଟିମ୍ ଇଣ୍ଡିଆ ଚତୁର୍ଥ ଦିନ ଖେଳ ସୁଦ୍ଧା ୧୫.୫ ଓଭରରେ ୨ ୱିକେଟ ହରାଇ ୨୭ ରନ୍ କରିଛି।
ଜଶସ୍ବୀ ଜୟସ୍ବାଲ ୨୦ ବଲ ଖେଳି ୧୩ ରନ୍ କରି ପାଭିଲିତୟନ ଫେରିଥିଲେ। ସେହିପରି କେଏଲ୍ ରାହୁଲ ୨୯ ବଲରେ ୬ ରନ୍ କରି ଫେରିଥିଲେ। ଧାର୍ଯ୍ ଲକ୍ଷ୍ୟକୁ ଟିମ୍ ଇଣ୍ଡିଆକୁ ୧୦୮ଓଭରରେ ହାସଲ କରିବାକୁ ପଡିବ। ଚତୁର୍ଥ ଦିନ ଶେଷ ସୁଦ୍ଧା ଦଳ ୧୫.୫ ଓଭରଖେଳି ସାରିଥିବାରୁ ଆଉ ୯୨.୧ ଓଭରରେ ଅବଶିଷ୍ଟ ୫୨୨ ରନ୍ ସଂଗ୍ରହ କରିବାକୁ ପଡ଼ିବ।
ଆହୁରି ପଢ଼ନ୍ତୁ: Smriti Deleted Wedding Pics: କାହିଁକି ବିବାହ ରୀତିନୀତିର ସବୁ ଫଟୋ ହଟାଇ ଦେଲେ ସ୍ମୃତି ମନ୍ଧାନା?
ଇତିହାସ ଓଲଟାଇବାକୁ ପଡ଼ିବ
ପ୍ରଶଂସକ ବିଶ୍ୱାସ କରନ୍ତି ଯେ, ଏହି ଟାର୍ଗେଟ ଟିମ୍ ଇଣ୍ଡିଆ ପିଛା କରାଯାଇପାରିବ। ତେବେ ଟେଷ୍ଟ ରନ ଚେଜ୍ରେ ଭାରତର ରେକର୍ଡ ଅତ୍ୟନ୍ତ ଖରାପ, ଏବଂ ଏହା ଦେଖାଯାଉଛି ଯେ, ଟିମ୍ ଇଣ୍ଡିଆର ପରାଜୟ ନିଶ୍ଚିତ। ଯଦି ଟିମ୍ ଇଣ୍ଡିଆ ନିଜର ସମ୍ମାନ ବଞ୍ଚାଇବାକୁ ଚାହେଁ, ତେବେ ଇତିହାସକୁ ଓଲଟାଇବାକୁ ପଡ଼ିବ।
ଟିମ୍ ଇଣ୍ଡିଆ ପାଇଁ ରନ୍ ଚେଜ୍ ଅସମ୍ଭବ
ଭାରତ ଇତିହାସର ସବୁଠାରୁ ସଫଳ ଟେଷ୍ଟ ଦଳ ମଧ୍ୟରୁ ଗୋଟିଏ। ଏହା ସତ୍ତ୍ୱେ, ଦଳ ସର୍ବଦା ବଡ଼ ଟାର୍ଗେଟ ପିଛା କରିବାକୁ ସଂଘର୍ଷ କରିଛନ୍ତି। ଟିମ୍ ଇଣ୍ଡିଆର ସର୍ବାଧିକ ରନ୍ ପିଛା ହେଉଛି ୪୦୩। ଯାହା ୧୯୭୬ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହୋଇଥିଲା। ଏହା ବ୍ୟତୀତ, ୨୦୦୮ ରେ, ଭାରତୀୟ ଦଳ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ୩୮୭ ରନ୍ର ଏକ ବିଶାଳ ଟାର୍ଗେଟକୁ ସଫଳତାର ସହ ପିଛା କରିଥିଲା। ବର୍ତ୍ତମାନ, ଦଳ ୫୨୨ ରନ୍ ଟାର୍ଗେଟର ସମ୍ମୁଖୀନ ହୋଇଛି ଏବଂ ଦୁଇଟି ୱିକେଟ ହରାଇଛି। ଏତେ ବଡ଼ ଟାର୍ଗେଟ ପିଛା କରିବା ଅସମ୍ଭବ ମନେ ହେଉଛି, ଏବଂ ଟିମ୍ ଇଣ୍ଡିଆର ପରାଜୟ ନିଶ୍ଚିତ ମନେ ହେଉଛି।
ଟେଷ୍ଟରେ ଭାରତର ସବୁଠାରୁ ସଫଳ ରନ୍ ଚେଜ୍
| ବର୍ଷ | ସ୍ଥାନ | ଲକ୍ଷ୍ୟ | ସ୍କୋର୍ | ଓଭର | ବିପକ୍ଷ |
|---|---|---|---|---|---|
| ୧୯୭୬ | ପୋର୍ଟ ଅଫ୍ ସ୍ପେନ | ୪୦୩ | ୪୦୬/୪ | ୧୪୭ | ୱେଷ୍ଟଇଣ୍ଡିଜ୍ |
| ୨୦୦୮ | ଚେନ୍ନାଇ | ୩୮୭ | ୩୮୭/୪ | ୯୮.୩ | ଇଂଲଣ୍ଡ |
| ୨୦୨୧ | ବ୍ରିସବେନ | ୩୨୮ | ୩୨୯/୭ | ୯୭ | ଅଷ୍ଟ୍ରେଲିଆ |
| ୨୦୧୧ | ଦିଲ୍ଲୀ | ୨୭୬ | ୨୭୬/୫ | ୮୦.୪ | ୱେଷ୍ଟଇଣ୍ଡିଜ୍ |
| ୨୦୦୧ | କେଣ୍ଡି | ୨୬୪ | ୨୬୪/୫ | ୭୮.୪ | ଶ୍ରୀଲଙ୍କା |
ମ୍ୟାଚ୍ ବଞ୍ଚାଇବା ପାଇଁ ଟିମ୍ ଇଣ୍ଡିଆକୁ କ'ଣ କରିବାକୁ ପଡିବ?
ଟିମ୍ ଇଣ୍ଡିଆ ଏତେ ବଡ଼ ଟାର୍ଗେଟକୁ ପିଛା କରିବାରେ ଅସମର୍ଥ ହେବ। ଇନିଂସ ଆରମ୍ଭ ହେବା ପୂର୍ବରୁ ସେମାନଙ୍କର ୧୦୮ ଓଭର ଥିଲା, ଏବଂ ଦଳ ୧୫.୫ ଓଭର ଖେଳିସାରିଛନ୍ତି। ଅବଶିଷ୍ଟ ୯୨.୧ ଓଭର ଖେଳିବାକୁ ଅଛି। ଟିମ୍ ଇଣ୍ଡିଆର ଆରମ୍ଭ ଖରାପ ହୋଇଛି। ଏବେ, ମ୍ୟାଚ୍ ଡ୍ର କରିବାକୁ ହେଲେ, ଭାରତକୁ ୱିକେଟ୍ ବଞ୍ଚାଇବାକୁ ପଡିବ ଏବଂ ଅବଶିଷ୍ଟ ଓଭର ଖେଳିବାକୁ ପଡିବ।
ଆହୁରି ପଢ଼ନ୍ତୁ:Reaction Bjd Bhupinder Singh ୨୦୨୪ ନିର୍ବାଚନ ସମୟରେ ବିଜୁ ବାବୁଙ୍କ ପୋଷ୍ଟର ଦେଖିବାକୁ ମିଳିଲା ନାହିଁ: ଭୂପିନ୍ଦର ସିଂହ
Follow Us