ଟିମ୍‌ ସିନ୍ଦେ ସମସ୍ତ ବିଲ୍‌ ପୈଠ କରିଛନ୍ତି: ଗୌହାଟୀ ହୋଟେଲ

Advertisment
ଟିମ୍‌ ସିନ୍ଦେ ସମସ୍ତ ବିଲ୍‌ ପୈଠ କରିଛନ୍ତି: ଗୌହାଟୀ ହୋଟେଲ

Image Courtesy: News Nation

ଗୌହାଟୀ: ଦୀର୍ଘ ଆଠ ଦିନ ଧରି ଗୌହାଟୀର ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲରେ ଡେରା ପକାଇଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କର ସମର୍ଥକ ବିଦ୍ରୋହୀ ଶିବସେନା ବିଧାୟକମାନେ ବୁଧବାର ଦିନ ହୋଟେଲ ଛାଡ଼ିବା ପୂର୍ବରୁ ସେମାନଙ୍କ ବିଲ୍‌ ପୈଠ କରିଛନ୍ତି ବୋଲି ଜଣେ ହୋଟେଲ ଅଧିକାରୀ କହିଛନ୍ତି। ତେବେ, ହୋଟେଲ ଅଧିକାରୀ ସିନ୍ଦେଙ୍କ ସମୁଦାୟ ବିଲ୍‌ର ପରିମାଣ କେତେ ଥିଲା ସେ ସଂପର୍କରେ କିଛି କହି ନାହାନ୍ତି।

ସୂତ୍ରରୁ ପ୍ରକାଶ ଯେ ଜଲୁକବାରୀ ନିକଟସ୍ଥ ଗୋଟାନଗରରେ ଅବସ୍ଥିତ ଅପସ୍କେଲ୍‌ ରେଡିସନ୍‌ ବ୍ଲୁ ହୋଟେଲରେ ରହିବା ପାଇଁ ୬୮-୭୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକ ଏବଂ ସେମାନଙ୍କ ସହଯୋଗୀମାନଙ୍କ ପାଇଁ ହୋଟେଲର ବିଭିନ୍ନ ମହଲାରେ ମୋଟ ୭୦ଟି କୋଠରୀ ବୁକ୍‌ କରାଯାଇଥିଲା। ଏହି ସମୟରେ ହୋଟେଲ ଅନ୍ୟ ସାଧାରଣ ଲୋକଙ୍କ ପାଇଁ ଏହାର ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ବନ୍ଦ କରିଦେଇଥିଲା। ଜୁନ୍‌ ୨୨ରୁ ଜୁନ୍‌ ୨୯ପର୍ଯ୍ୟନ୍ତ ହୋଟେଲକୁ ବାହାର ଲୋକଙ୍କ ପାଇଁ ସଂପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଥିଲା।

ମହାରାଷ୍ଟ୍ର ବିଧାୟକମାନେ ସାଧାରଣ ଅତିଥି ଭାବରେ ହୋଟେଲରେ ରହିଥିଲେ। ହୋଟେଲ ଛାଡ଼ିବା ପୂର୍ବରୁ ସେମାନେ ବିଲ୍‌ ପୈଠ କରିଥିଲେ। ଏବଂ ସେମାନଙ୍କ ଉପରେ କୌଣସି ଅର୍ଥ ବକେୟା ନାହିଁ ବୋଲି ହୋଟେଲର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଗଣମାଧ୍ୟମକୁ କହିଛନ୍ତି। ଅଧିକାରୀ କିନ୍ତୁ ବିଲ୍‌ର ପରିମାଣ କହିିବାକୁ ମନା କରିଦେଇଛନ୍ତି। କିନ୍ତୁ କହିଛନ୍ତି ଯେ ବିଧାୟକମାନେ ଉନ୍ନତ ଏବଂ ଡିଲକ୍ସ ବର୍ଗ କୋଠରୀରେ ରହିଥିଲେ। ରେଡିସନ୍‌ ବ୍ଲୁଙ୍କ ୱେବସାଇଟ୍‌ ଅନୁଯାୟୀ ଏହାର କୋଠରୀର ଶୁଳ୍କ ଗତିଶୀଳ ଏବଂ ପ୍ରାୟ ପ୍ରତିଦିନ ଭିନ୍ନ ହୋଇଥାଏ।

ସୂତ୍ରରୁ ପ୍ରକାଶ ଯେ ସାଧାରଣତଃ ଉନ୍ନତ କୋଠରୀ ପାଇଁ ଭଡା ଡିଲକ୍ସ ପାଇଁ ପ୍ରାୟ ୭,୫୦୦ଟଙ୍କା ଏବଂ ୮,୫୦୦ଟଙ୍କା। ଟିକସ ମିଶିବା ପରେ କଠୋରୀ ଭଡ଼ା ପ୍ରାୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହପରି ବିଦ୍ରୋହୀ ବିଧାୟକଙ୍କ ଖାଦ୍ୟ ବିଲ୍‌ ପ୍ରାୟ ୨୨ ଲକ୍ଷ ଟଙ୍କା ଥିଲା।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ମହା ବିକାଶ ଅଘାଦି (ଏମଭିଏ) ସରକାରକୁ ଭାଙ୍ଗିବା ପାଇଁ ଜୁନ୍‌ ୨୨ ତାରିଖ ସକାଳୁ ମୁମ୍ବାଇ ଠାରୁ ପ୍ରାୟ ୨୭୦୦ କିଲୋମିଟର ଦୂରରେ ଥିବା ଗୌହାଟୀର ଏହି ହୋଟେଲରେ ବିଦ୍ରୋହୀ ଶିବସେନା ବିଧାୟକମାନେ ଏବଂ ସିନ୍ଦେଙ୍କ ନେତୃତ୍ୱରେ ଆସି ରହିଥିଲେ। ୨୯ରେ ସେମାନେ ଗୌହାଟୀ ହୋଟେଲ ଛାଡ଼ି ଗୋଆ ଅଭିମୁଖେ ବାହାରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe