ମୁମ୍ବାଇ: ଚେନ୍ନାଇ ଏୟାରପୋର୍ଟରୁ ଗୁରୁବାର ମୁମ୍ବାଇ ଓ କୋଚି ଯାଉଥିବା ଦୁଇଟି ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାପରେ ଉଭୟ ବିମାନ ଚେନ୍ନାଇ ବିମାନବନ୍ଦରରେ ଜରୁରୀ କାଳୀନ ଅବତରଣ କରିଥିଲେ। ହଠାତ୍ ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶହ ଶହ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଉଭୟ ବିମାନର ସମସ୍ତ କ୍ରୁ ମେମ୍ବର ଏବଂ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।
ସୂଚନା ଅନୁଯାୟୀ, ଚେନ୍ନାଇ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ଏହି ବିମାନରେ ୧୬୦ ଜଣ ଯାତ୍ରୀ ଥିଲେ। ଉଡ଼ାଣର କିଛି ସମୟ ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ ଇଣ୍ଡିଗୋ ବିମାନର ପାଇଲଟ ଭୋର ୪.୪୦ ରେ ବିମାନ ରନୱେରେ ଥିବା ବେଳେ ବୈଷୟିକ ତ୍ରୁଟି ଦେଖିବାକୁ ପାଇଥିଲେ। ପାଇଲଟ୍ ତୁରନ୍ତ ଚେନ୍ନାଇ ବିମାନବନ୍ଦରର କଣ୍ଟ୍ରୋଲ ଟାୱାରକୁ ଖବର ଦେଇଥିଲେ। ଦୁଇ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ହୋଇଥିଲା ଏବଂ ବିମାନଟି ସକାଳ ୭.୪୫ରେ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା
ସେହିପରି କୋଚି ଅଭିମୁଖେ ଯାଉଥିବା ସ୍ପାଇସ୍ ଜେଟର ଏକ ବିମାନରେ ବି ତ୍ରୁଟି ଦେଖାଯାଇଥିଲା । ସେଥିରେ ୮୪ ଜଣ ଯାତ୍ରୀ ଥିଲେ। ତ୍ରୁଟି ଜଣାପଡ଼ିବା ପରେ ତାହାର ଜରୁରୀକାଳୀନ ଅବତରଣ କରାଯାଇଥିଲା ।
Follow Us