ଇଣ୍ଡିଗୋ ବିମାନ ଉଡାଣକୁ ନେଇ ସଙ୍କଟ ଆଶଙ୍କା, ଛୁଟିରେ ଗଲେ ଟେକନିସିଆନ ଟିମ

ଇଣ୍ଡିଗୋ ବିମାନ ଉଡାଣକୁ ନେଇ ସଙ୍କଟ ଆଶଙ୍କା, ଛୁଟିରେ ଗଲେ ଟେକନିସିଆନ ଟିମ

Image Courtesy of Business Standard

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ବିମାନର ଦେଖାଶୁଣା କରୁଥିବା ଟେକନିସିଆନମାନେ ଗତ ଦୁଇ ଦିନ ହେଲା ଛୁଟିରେ ଚାଲିଯାଇଛନ୍ତି | ଦିଲ୍ଲୀ ଏବଂ ହାଇଦ୍ରାବାଦରେ ଥିବା ଟେକନିସିଆନମାନେ ଛୁଟିରେ ଯାଇ ସ୍ୱଳ୍ପ ବେତନକୁ ବିରୋଧ କରିଛନ୍ତି। ସୂଚନା ମୁତାବକ ଜୁଲାଇ ୨ରେ ମଧ୍ୟ ଇଣ୍ଡିଗୋ ର ପ୍ରାୟ ୫୫% ବିମାନ ଉଡାଣ ବିଳମ୍ବ ହୋଇଥିଲା | କାରଣ ବହୁ ସଂଖ୍ୟକ କ୍ରୁ ସଦସ୍ୟ ଅସୁସ୍ଥତା ଦର୍ଶାଇ ଛୁଟି ନେଇଥିଲେ। ବିମାନ ଶିଳ୍ପ ସୂତ୍ରରୁ ଜଣାପଡିଥିଲା ଯେ ଏହି କର୍ମଚାରୀମାନେ ଏୟାର ଇଣ୍ଡିଆର ନିଯୁକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାଲିଯାଇଥିଲେ |

ମିଳିଥିବା ସୂଚନା ମୁତାବକ କରୋନା ମହାମାରୀ ବ୍ୟାପିବା ପରେ ଇଣ୍ଡିଗୋ ଏହାର କ୍ରୁ ସଦସ୍ୟମାନଙ୍କ ସହ ଅନ୍ୟ କର୍ମଚାରୀଙ୍କର ପ୍ରାପ୍ୟ ହ୍ରାସ କରିଥିଲା। ତାହାକୁ ନେଇ ସେମାନଙ୍କ ମଧ୍ୟର ଅସନ୍ତୋଷ ଜାରି ରହିଛି। ଆଉ ଜୁଲାଇ ୨ ରେ ସେଥିପାଇଁ ବହୁ କ୍ରୁ ସଦସ୍ୟ ଏୟାର ଇଣ୍ଡିଆ ନିଯୁକ୍ତି ଅଭିଯାନରେ ସାମିଲ ହେବା ଲାଗି ଚାଲିଯାଇଥିଲେ | ଆଉ ଏବେ ଟେକନିସିଆନମାନେ ବେତନକୁ ନେଇ ଛୁଟିରେ ଚାଲିଯାଇଛନ୍ତି |

ବିଶେଷ କରି ନୂତନ ଏୟାରଲାଇନ୍ସ ଆକାସ ଏୟାର, ଜେଟ୍ ଏୟାରୱେଜ୍ ଏବଂ ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ଏହା ବିମାନ ଶିଳ୍ପରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ବର୍ତ୍ତମାନ ଟେକନିସିଆନମାନେ ଛୁଟିରେ ରହିଥିବାରୁ ଆଗାମୀ ଦିନରେ ଇଣ୍ଡିଗୋକୁ ବିମାନ ଚଳାଚଳ ପାଇଁ ବଡ ସମସ୍ୟା ଉପୁଜିପାରେ ବୋଲି କୁହାଯାଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe