କେରଳ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପାଇଁ ନଅବର୍ଷର ଝିଅ ସାଇକେଲ କିଣିବା ପାଇଁ ସଞ୍ଚୟ କରିଥିବା ଅର୍ଥକୁ ଦାନ କରିବା ପରେ ଏହି ଭାଇଭଉଣୀ ଦାନ କରିବେ ଜମି

କେରଳ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପାଇଁ ନଅବର୍ଷର ଝିଅ ସାଇକେଲ କିଣିବା ପାଇଁ ସଞ୍ଚୟ କରିଥିବା ଅର୍ଥକୁ ଦାନ କରିବା ପରେ ଏହି ଭାଇଭଉଣୀ ଦାନ କରିବେ ଜମି

ଥିରୁଅନନ୍ତପୁରମ୍‌: କେରଳ ବନ୍ୟା ଦୁର୍ଗତଙ୍କ ସାହାର୍ଯ୍ୟ ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାର ଓ ଅନ୍ୟ ସଂସ୍ଥା ଆଗେଇ ଆସିଛନ୍ତି। ଏହି କ୍ରମରେ ନିକଟରେ ଜଣେ ନଅ ବର୍ଷିୟ ବାଳିକା ନୂଆ ସାଇକେଲ୍‌ ଖଣ୍ଡେ କିଣିବା ପାଇଁ ସଞ୍ଚୟ କରିଥିବା ୯ ହଜାର ଟଙ୍କା ଦାନ କରିଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ବାଳିକାଙ୍କ କଥା ଜାଣିବା ପରେ ଏକ ପ୍ରମୁଖ ସାଇକେଲ୍‌ ନିର୍ମାଣକାରୀ କମ୍ପାନି ତାଙ୍କୁ ଗୋଟାଏ ସାଇକେଲ୍‌ ଉପହାର ଦେବାକୁ ପ୍ରତିଶ୍ରୁତି ଦେଇଥିବା ଖବର ପ୍ରକାଶ ପାଇଥିଲା।

publive-image

ତେବେ କନ୍ନୁରରେ ବସବାସ କରୁଥିବା ଦୁଇ ଭାଇ-ଭଉଣୀ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଏକ ଏକର ଜମିକୁ ଦାନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଶୁଣିବାକୁ ମିଳିଛି କି, ୧୬ବର୍ଷୀୟ ବି ଏସ୍‌ ଶୋହା ଓ ତାଙ୍କ ଭାଇ ବ୍ରହ୍ମା ଏବେ ପାଠ ପଢ଼ୁଛନ୍ତି। ଟେଲିଭିଜନ୍‌ରେ ଦୁହେଁ କେରଳ ବନ୍ୟା ବିଷୟରେ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଲୋକମାନଙ୍କୁ କିଛି ସାହାଯ୍ୟ କରିବା ପାଇଁ ଚିନ୍ତା କରିଥିଲେ। ଦୁଇ ଭାଇ-ଭଉଣୀ ମିଶି ଜମି ଦାନ କରିବା ପାଇଁ ନିଜ ପିତାଙ୍କୁ ବୁଝାଇବା ପରେ ଏହି ନିଷ୍ପତ୍ତି ଶୁଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe