ନାବାଳିକା ବିବାହରେ ଭାରତ ବିଶ୍ୱରେ ୧ ନମ୍ବର

Advertisment
ନାବାଳିକା ବିବାହରେ ଭାରତ ବିଶ୍ୱରେ ୧ ନମ୍ବର

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀରେ ମଧ୍ୟ ବାଲ୍ୟ ବିବାହ ଭାରତ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇରହିଛି। ସମଗ୍ର ବିଶ୍ୱରେ ରହିଥିବା ନାବାଳିକା ବଧୂମାନଙ୍କ ମଧ୍ୟରୁ ୩୩ ପ୍ରତିଶତ ହେଉଛନ୍ତି ଭାରତୀୟ। ଯାହାକି ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ।

ନିକଟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆକ୍ସନ୍‌ ଏଡ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେକ୍ଷଣରୁ ଜଣାଯାଇଛି ଯେ ଦେଶରେ, ୧୮ ବର୍ଷ ବୟସ ହେବା ପୂର୍ବରୁ ନାବାଳକ ଥିବା ଅବସ୍ଥାରେ ବିବାହ କରୁଥିବା ବର ଓ ବଧୂମାନଙ୍କର ସଂଖ୍ୟା ହେଉଛି ୧୦୩ ମିଲିୟନ। ଆଉ ଏମାନଙ୍କ ମଧ୍ୟରେ ନାବାଳିକା ବଧୂମାନଙ୍କର ସଂଖ୍ୟା ହେଉଛି ୮୫.୨ ମିଲିୟନ। ଏହି ସୂତ୍ରରୁ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାଯାଇଛି ଯେ ସମଗ୍ର ବିଶ୍ୱରେ ପ୍ରତି ମିନିଟରେ ୨୮ଟି ବାଲ୍ୟ ବିବାହ ହୋଇଥାଏ। ଆଉ ଏଥି ମଧ୍ୟରୁ କେବଳ ମାତ୍ର ଭାରତରେ ୨ଟି ହୋଇଥାଏ। ଶିଶୁ ମୃତ୍ୟୁ ହାର ବଢ଼ିବା କ୍ଷେତ୍ରରେ ବାଲ୍ୟ ବିବାହ ଏକ ପ୍ରମୁଖ କରଣ ବୋଲି ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି।

publive-image An Indian bride at a mass wedding. Whether Hindu, 

ତେବେ, ଭାରତରେ ଆର୍ଥିକ ଓ ସାମାଜିକ ଅନଗ୍ରସରତା ଯୋଗୁଁ ବାଲ୍ୟ ବିବାହ ମାତ୍ରା ବୃଦ୍ଧି ପାଉଛି ବୋଲି ଯେଉଁ ଯୁକ୍ତି ଦର୍ଶାଯାଉଛି ତାହାକୁ ଏହି ରିପୋର୍ଟ ଖଣ୍ଡନ କରିଛି। ବାଲ୍ୟ ବିବାହ ପାଇଁ ନିରକ୍ଷତାକୁ ଅଧିକ ମାତ୍ରାରେ ଦାୟୀ କରିଛି ଏହି ରିପୋର୍ଟ। ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶରେ ହେଉଥିବା ବାଲ୍ୟ ବିବାହ ମଧ୍ୟରୁ ୭୫ ପ୍ରତିଶତ କେବଳ ମାତ୍ର ଦେଶର ଗ୍ରାମାଞ୍ଚଳମାନଙ୍କରେ ସଂପନ୍ନ ହୋଇଥାଏ। ଆଉ ଏଥିମଧ୍ୟରୁ ୭୦ ପ୍ରତିଶତ ବାଲ୍ୟ ବିବାହ ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମ ବଙ୍ଗଳା, ରାଜସ୍ଥାନ, ବିହାର, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ଦେଶର ୭ଟି ରାଜ୍ୟରେ ହୋଇଥାଏ।

ଦେଶରେ ଆର୍ଥିକ ଓ ସାମାଜିକ ଅନଗ୍ରସରତା ବାଲ୍ୟ ବିବାହ ବୃଦ୍ଧିର କାରଣ ନୁହେଁ ବୋଲି ଦର୍ଶାଇ ଏହି ରିପୋର୍ଟରେ କୁହାଯାଇଛି ଯେ ଦେଶର ଯେଉଁ ୧୦ଟି ରାଜ୍ୟରେ ଅଧିକ ମାତ୍ରରେ ଦେଖିବା ପାଇଁ ମିଳିଥାଏ ସେଥିମଧ୍ୟରୁ ୬ଟି ରାଜ୍ୟ ଆଦୌ ଆର୍ଥିକ ଓ ସାମାଜିକ ଦୃଷ୍ଟରୁ ଅନଗ୍ରସର ନୁହନ୍ତି। ବରଂ ଏହି ଦୃଷ୍ଟିକୋଣରୁ ଯଦି ଦେଖାଯାଏ ତେବେ ସେମାନେ ଏ କ୍ଷେତ୍ରରେ ଯଥେଷ୍ଟ ବିକଶିତ ରାଜ୍ୟ। ଆଊ ଦେଶର ଏହି ୬ଟି ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଗୁଜୁରାଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe