ଗୁରୁଗ୍ରାମ: ଗୁରୁଗ୍ରାମରେ ଜଣେ କିଶୋରୀ ଲିଭ୍‌-ଇନ୍‌ ସାଥୀଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଅଭିଯୁକ୍ତ ୧୯-ବର୍ଷୀୟ ଶିବମ୍‌ଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଶିବମ୍‌ଙ୍କ ଘର ଦିଲ୍ଲୀରେ ବୋଲି ଜଣାପଡ଼ିଛି।

Advertisment

ଅଧିକପଢ଼ନ୍ତୁ:ପ୍ରେମିକା ପାଇଁ ହଟହଟା ହେଲେ ପ୍ରେମିକ, ମୁସଲିମ୍ ହୋଇ ରୁଦ୍ରାକ୍ଷ ମାଳ ପିନ୍ଧିବା ପଡ଼ିଲା ମହଙ୍ଗା

ଗୁରୁତର ଆହତ ୧୯- ବର୍ଷୀୟା ତ୍ରିପୁରା ମହିଳା ଗୁରୁଗ୍ରାମର ଜିଡି ଗୋଏଙ୍କା ୟୁନିଭର୍ସିଟିରେ ବାୟୋଟେକ୍ନୋଲଜିରେ ଅଧ୍ୟୟନ କରୁଥିଲେ। ସେପ୍ଟେମ୍ବର ୨୦୨୫ରେ ସେ ଶିବମ୍‌ଙ୍କୁ ଭେଟିବା ପରେ ଉଭୟ ସେକ୍ଟର ୬୯ରେ ଏକାଠି ରହୁଥିଲେ। ଦୁହେଁ ବିବାହ କରିବାକୁ ଯୋଜନା କରି ପରିବାର ଲୋକଙ୍କ ସହିତ ଏ ବିଷୟରେ ଆଲୋଚନା ମଧ୍ୟ କରିଥିଲେ।

ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଲିଭ୍‌-ଇନ୍‌ ସାଥୀ

ନିକଟରେ ପୀଡ଼ିତାଙ୍କ ମା’ ପୁଲିସକୁ ଫୋନ୍‌ କରି ତାଙ୍କ ଝିଅର ଚରିତ୍ରକୁ ସନ୍ଦେହ କରି ଲିଭ୍‌-ଇନ୍‌ ସାଥୀ ନିଷ୍ଠୁର ଭାବେ ମାଡ଼ ମାରିଥିବା କହିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ପୀଡ଼ିତାଙ୍କୁ ପ୍ରଥମେ ଗୁରୁଗ୍ରାମର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଅତି ଜଟିଳ ଥିବାରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ବୋଲି ଜଣାପଡ଼ିଛି। ପାଟିତୁଣ୍ଡ ଭୟଙ୍କର ରୂପଧାରଣ କରିଥିଲା ଓ ଶିବମ୍‌ ପୀଡ଼ିତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା।

ଅଧିକପଢ଼ନ୍ତୁ:ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ