ଜନ୍ମଦିନ ପାର୍ଟି ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା‌ରେ ଛାତ୍ର ମୃତ

Advertisment

ଦିଲ୍ଲୀର ରାଜଘାଟ ନିକଟରେ ଦୁର୍ଘଟଣା ଘଟି ଜଣେ ୧୯ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ୟୁନିଭରସିଟିର ନାବଳକ ଛାତ୍ର ଜଣକ ନିଜ ଜନ୍ମଦିନ ପ‌ାର୍ଟି ସାରିବା ପରେ ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଗୁରୁଗ୍ରାମରୁ ଘରକୁ ଫେରୁଥିବା ବେଳେ ଗାଡ଼ିଟି ଯାଇ ଏକ ଗାର୍ଡରେଲ୍‌ ଭିତ‌ରେ ପଶି ଯାଇଥିଲା।

ଦିଲ୍ଲୀର ରାଜଘାଟ ନିକଟରେ ଦୁର୍ଘଟଣା ଘଟି ଜଣେ ୧୯ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ୟୁନିଭରସିଟିର ନାବଳକ ଛାତ୍ର ଜଣକ ନିଜ ଜନ୍ମଦିନ ପ‌ାର୍ଟି ସାରିବା ପରେ ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଗୁରୁଗ୍ରାମରୁ ଘରକୁ ଫେରୁଥିବା ବେଳେ ଗାଡ଼ିଟି ଯାଇ ଏକ ଗାର୍ଡରେଲ୍‌ ଭିତ‌ରେ ପଶି ଯାଇଥିଲା।

www.ndtv.com୧୨୩

ନୂଆଦିଲ୍ଲୀ: ଦିଲ୍ଲୀର ରାଜଘାଟ ନିକଟରେ ଦୁର୍ଘଟଣା ଘଟି ଜଣେ ୧୯ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ୟୁନିଭରସିଟିର ନାବଳକ ଛାତ୍ର ଜଣକ ନିଜ ଜନ୍ମଦିନ ପ‌ାର୍ଟି ସାରିବା ପରେ ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଗୁରୁଗ୍ରାମରୁ ଘରକୁ ଫେରୁଥିବା ବେଳେ ଗାଡ଼ିଟି ଯାଇ ଏକ ଗାର୍ଡରେଲ୍‌ ଭିତ‌ରେ ପଶି ଯାଇଥିଲା। ଫଳରେ ଏଶ୍ବର୍ଯ୍ୟ ପାଣ୍ଡେଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗମାନେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 

ପାଣ୍ଡେଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟର୍‌ ସପୋର୍ଟରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି।

ସୂଚନାନୁସାରେ, ଛାତ୍ରମାନେ ମଦ୍ୟପାନ କରି ଗାଡ଼ି ଚଳାଉଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ବୁଧବାର ଦିନ ଏହା ପାଣ୍ଡେଙ୍କ ଜନ୍ମଦିନ ଥିଲା। ସେ ନିଜ ସାଙ୍ଗମାନଙ୍କ ପାଇଁ ଏକ ପାର୍ଟି କରିବା ପରେ ଏକ କାର ଭଡା ନେଇ ଫେରୁଥିଲେ। ଫେରୁଥିବା ବେଳେ ଐଶ୍ବର୍ଯ୍ୟ ମିଶ୍ରଙ୍କୁ ଗାଡି ଚଲାଇବା ପାଇଁ ଚାବି ଦେଇଥିଲେ।। ମାତ୍ର ତାଙ୍କ ବନ୍ଧୁ ଅତ୍ୟଧିକ ମଦ୍ୟପାନ କରିଥିବା କାରଣରୁ ଗାଡ଼ିକୁ ନେଇ ଏକ ଗାର୍ଡରେଲ୍‌ରେ ପିଟି ଦେଇଥିଲେ। ଫଳରେ ଦୁର୍ଘଟଣା ଘଟିଥିଲା। ତେବେ ଏହି ଦୁର୍ଘଟଣା ଘଟିବା ପରେ ଏକ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe