ଇସ୍ରାଏଲର ମହିଳା ସୈନିକଙ୍କୁ ହମାସ ବନ୍ଧକ ରଖି ହତ୍ୟା କରିଛି: ଆଇଡିଏଫ୍‌

Advertisment
ଇସ୍ରାଏଲର ମହିଳା ସୈନିକଙ୍କୁ ହମାସ ବନ୍ଧକ ରଖି ହତ୍ୟା କରିଛି: ଆଇଡିଏଫ୍‌

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ର ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହାଗରୀ କହିଛନ୍ତି ଯେ ହମାସ ଆତଙ୍କବାଦୀଙ୍କ ଦ୍ୱାରା ବନ୍ଧକ ହୋଇଥିବା ୧୯ ବର୍ଷୀୟା ଆଇଡିଏଫ କର୍ପୋରାଲ ନୋଆ ମାର୍ସିଆନୋଙ୍କୁ ଆତଙ୍କବାଦୀ ସଂଗଠନ ହମାସ ଗାଜାର ଅଲ-ଶିଫା ହସ୍ପିଟାଲରେ ହତ୍ୟା କରିଛି। ସେ କହିଛନ୍ତି ଯେ ସଂପ୍ରତି ଚାଲିଥିବା ଯୁଦ୍ଧରେ ମାର୍ସିଆନୋ ଆହତ ହୋଇଥିଲେ ଏବଂ ହମାସ ତାଙ୍କୁ ଗାଜାର ଅଲ୍‌-ଶିଫା ଡାକ୍ତରଖାନାକୁ ନେଇଥିଲା, ଯେଉଁଠାରେ ତାଙ୍କୁ ହତ୍ୟା କରା ଯାଇଥିଲା।

ଅକ୍ଟୋବର ୭ ତାରିଖର ଆକ୍ରମଣ ସମୟରେ ୧୯ ବର୍ଷୀୟା ଆଇଡିଏଫ କର୍ପୋରାଲ ନୋଆ ମାର୍ସିଆନୋଙ୍କୁ ହମାସ ଆତଙ୍କବାଦୀମାନେ ବନ୍ଧକ ରଖିଥିଲେ। ନୋଆଙ୍କୁ ଗାଜାକୁ ନିଆଯାଇଥିଲା ଏବଂ ତାଙ୍କୁ ଶିଫା ହସ୍ପିଟାଲ ପାଖରେ ଥିବା ଗାଜା ସିଟିରେ ହମାସ ବନ୍ଧକ ରଖିଥିଲା। ସେଠାରେ ଚାଲିଥିବା ସଂଘର୍ଷ ସମୟରେ ନୋଆଙ୍କୁ ବନ୍ଧକ କରିଥିବା ହମାସ୍‌ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ନୋଆ ଆହତ ହୋଇଥିଲେ। ଏକ ପାଥୋଲୋଜିକାଲ ରିପୋର୍ଟରୁ ଜଣାପଡିଛି ଯେ ନୋଆଙ୍କ ଆଘାତ ଜୀବନ ପ୍ରତି ବିପଦ ନଥିଲା।

publive-image

ଗୁଇନ୍ଦା ତଥ୍ୟ ଅନୁଯାୟୀ, ହମାସ ଆତଙ୍କବାଦୀମାନେ ନୋଆଙ୍କୁ ଶିଫା ଡାକ୍ତରଖାନାରେ ହତ୍ୟା କରିଥିଲେ।  ଏଣେ ହମାସ ହାତରେ ବନ୍ଧକ ଥିବା ବନ୍ଦୀମାନଙ୍କୁ ଫେରାଇ ନ ଆଣିବା ପର୍ଯ୍ୟନ୍ତ ଇସ୍ରାଏଲ ଅଟକିବ ନାହିଁ ବୋଲି ରିୟର ଆଡମିରାଲ ଡାନିଏଲ ହାଗରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶିଫା ଡାକ୍ତରଖାନାରେ ବନ୍ଦୀଙ୍କ ପଛରେ ହମାସ ଲୁଚି ରହିଛି ବୋଲି  ସେ କହିଛନ୍ତି। ଦୁନିଆ ମନେ ରଖିବା ଉଚିତ, ହମାସ ବୃଦ୍ଧ, ପୁରୁଷ, ମହିଳା, ଶିଶୁଙ୍କୁ ଧରି ବନ୍ଧକ କରି ରଖିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀର ନୈତିକ ଦାୟିତ୍ୱ ହେଉଛି ଆମର ସମସ୍ତଙ୍କୁ ଘରକୁ ଆଣିବା। ଆମେ ସେ ପର୍ଯ୍ୟନ୍ତ ବିଶ୍ରାମ ନେବୁ ନାହିଁ।  ବର୍ତ୍ତମାନ ସତ ସ୍ପଷ୍ଟ ହୋଇସାରିଛି। ତେଣୁ, ମାନବିକତାର ଭବିଷ୍ୟତକୁ ନେଇ ଚିନ୍ତା କରୁଥିବା ସମସ୍ତେ ହମାସକୁ ନିନ୍ଦା କରିବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe