୪୦ବର୍ଷ ପୁରୁଣା ଜମି ବିବାଦ ପାଇଁ ୧୭ବର୍ଷୀୟ ବାଳକର ମୁଣ୍ଡ କାଟିଲେ ଦୁର୍ବୃତ୍ତ

୪୦ବର୍ଷ ପୁରୁଣା ଜମି ବିବାଦ ପାଇଁ ୧୭ବର୍ଷୀୟ ବାଳକର ମୁଣ୍ଡ କାଟିଲେ ଦୁର୍ବୃତ୍ତ। ଅନେକ ଘଣ୍ଟା ପର୍ଯ୍ୟନ୍ତ ପୁଅର କଟା ମୁଣ୍ଡକୁ କୋଳରେ ଧରି ବସି ରହିଲେ ମୃତକର ମା’। ମୁଣ୍ଡ କାଟିଥିବା ଅଭିଯୁକ୍ତ ଏବେ ଫେରାର ଅଛି।

teen

ଲକ୍ଷ୍ନୌ: ଦୁଇ ପକ୍ଷ ମଧ୍ୟରେ ୪୦ବର୍ଷ ଧରି ଚାଲିଥିବା ଜମି ବିବାଦକୁ ନେଇ ଗଡ଼ିଲା ମୁଣ୍ଡ। ବୁଧବାର ଉତ୍ତରପ୍ରଦେଶର ଜୌନପୁରରେ ଜମି ପାଇଁ ଜଣେ ୧୭ବର୍ଷୀୟ ବାଳକକୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଅନୁରାଗ ଯାଦବ ବୋଲି ଜଣାପଡ଼ିଥିବା ବେଳେ ମୁଣ୍ଡ କାଟିଥିବା ଅଭିଯୁକ୍ତକୁ ଗିରଫ କରିପାରିନି ପୁଲିସ।

ମିଳିଥିବା ସୂଚନା ମୁତାବକ, ଗୌରବାଦଶାହପୁର ପୁଲିସ ଷ୍ଟେସନ ଅଧୀନରେ ଥିବା କବିରୁଦ୍ଦିନ ଗ୍ରାମରେ ଦୁଇ ପରିବାର ମଧ୍ୟରେ ୪୦ ବର୍ଷ ଧରି ଜମି ବିବାଦ ଲାଗି ରହିଥିଲା ​। ବୁଧବାର ଦିନ ପୁଣି ଥରେ ଝଗଡ଼ା ଆରମ୍ଭ ହୋଇ ହିଂସାତ୍ମକ ରୂପ ନେଇଥିଲା। ରମଜିତ ଯାଦବଙ୍କ ପୁଅ ଅନୁରାଗଙ୍କୁ କିଛି ଲୋକ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ରଖିଥିବା ବେଳେ ଏଥିରେ ସେ ଅନୁରାଗଙ୍କ ମୁଣ୍ଡ କାଟିଥିଲେ। ଖଣ୍ଡାର ଧାର ଏତେ ଅଧିକ ଥିଲା ଯେ, ଗୋଟାଏ ଚୋଟରେ ଅନୁରାଗଙ୍କ ମୁଣ୍ଡ ତାଙ୍କ ଶରୀରରୁ ଅଲଗା ହୋଇଯାଇଥିଲା । ଏହି ଘଟଣା ପାଇଁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । କିନ୍ତୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୁକ୍ତ ଏବେ ଫେରାର ଅଛି। ପୁଲିସ କହିଛି ଯେ, ଅଭିଯୁକ୍ତକୁ ଏବେ ଖୋଜିବା ପାଇଁ ଉଦ୍ୟମ ଚାଲିଛି।

ଗାଁ ଲୋକ କହିଛନ୍ତି ଯେ, ପୁଅର ଏଭଳି ଅବସ୍ଥା ଦେଖି ହତବାକ୍ ହୋଇଯାଇଥିଲେ ତାଙ୍କ ମା’। ଅନୁରାଗଙ୍କ କଟା ମୁଣ୍ଡକୁ କୋଳରେ ଧରି ସେ ପୁଲିସ ଆସିବା ପର୍ଯ୍ୟନ୍ତ ବସି ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe