ସମୁଦ୍ର ପତନରୁ ୫୦୦ ମିଟର ତଳେ ଇରାନର ନୌସେନା ଘାଟି

ତେହେରାନ: ଇରାନ ଏକ ଭୂତଳ ନୌସେନା ଘାଟି ନିର୍ମାଣ କରିଛି। ଇରାନ ନିଜର ନୂଆ ଶକ୍ତିକୁ ସମଗ୍ର ବିଶ୍ୱ ଆଗରେ ପ୍ରଦର୍ଶନ କରିଛି । ସମୁଦ୍ର ପତନରୁ ଏହା ୫୦୦ ମିଟର ଗଭୀରତାରେ ରହିଛି ।

irn

ତେହେରାନ: ତେହେରାନ: ଇରାନ ଏକ ଭୂତଳ ନୌସେନା ଘାଟି ନିର୍ମାଣ କରିଛି। ଇରାନ ନିଜର ନୂଆ ଶକ୍ତିକୁ ସମଗ୍ର ବିଶ୍ୱ ଆଗରେ ପ୍ରଦର୍ଶନ କରିଛି । ସମୁଦ୍ର ପତନରୁ ଏହା ୫୦୦ ମିଟର ଗଭୀରତାରେ ରହିଛି ।

ଇରାନର ସରକାରୀ ଟେଲିଭିଜନ୍ ଶନିବାର ରିପୋର୍ଟ କରିଛି ଯେ, ଏଥିରେ ଡଜନାଧିକ କ୍ଷେପଣାସ୍ତ୍ର ସଜ୍ଜିତ ଆଟାକ୍ ବୋଟ୍ ରହିଛି। ନୌସେନା ଘାଟିର ପ୍ରକୃତ ଅବସ୍ଥିତି ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏହା ଇରାନର ରଣନୈତିକ ଦକ୍ଷିଣ ଜଳସୀମାରେ ରହିଛି, ଯେଉଁଥିରେ ଉପସାଗରୀୟ ଅଞ୍ଚଳ, ହର୍ମୁଜ୍ ଷ୍ଟ୍ରେଟ୍ ଏବଂ ଓମାନ ଉପସାଗର ଅନ୍ତର୍ଭୁକ୍ତ । ମିଳିଥିବା ସୂଚନା ଅନୁଯାୟୀ, ଏହି ବେସ୍ ୫୦୦ ମିଟର ଗଭୀରତାରେ ନିର୍ମିତ ହୋଇଛି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ଇରାନର ନୌସେନା କ୍ଷମତାବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
ଇରାନର ସରକାରୀ ଟେଲିଭିଜନ ଅନୁଯାୟୀ, କିଛି ଡଙ୍ଗା ଆମେରିକାର ଯୁଦ୍ଧ ଜାହାଜ ଏବଂ ବିନାଶକାରୀ ଜାହାଜକୁ ଧ୍ୱଂସ କରିବାରେ ସକ୍ଷମ । ଫୁଟେଜରେ ଗାର୍ଡ ମୁଖ୍ୟ ଜେନେରାଲ ହୁସେନ୍ ସଲାମି ନୌସେନା ଶାଖାର କମାଣ୍ଡର ରିୟର ଆଡମିରାଲ ଆଲିରେଜା ଟାଙ୍ଗସିରିଙ୍କ ସହ ବେସ୍ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ ହେବାର ସମ୍ଭାବନା ମଧ୍ୟରେ ଇରାନ ଏଭଳି ଶକ୍ତି ପ୍ରଦର୍ଶନ କରିଛି। ନିଜ ପ୍ରଥମ କାର୍ଯ୍ୟକାଳ ରେ ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ସର୍ବାଧିକ ଚାପ ନୀତି ଆପଣାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe