୫୦ କୋଟି ଦେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହତ୍ୟା କରାଇ ଦେବି ଭିଡିଓ ଦେଖି ବିଜେପି ଏବଂ ଭିଡିଓରେ ନଜର ଆସୁଥିବା ପୂର୍ବତନ ବିଏସ୍ଏଫ୍ ଯବାନ ତେଜ୍ ବାହାଦୁର ଯାଦବ କହିଲେ ଏହି କଥା

Advertisment
୫୦ କୋଟି ଦେଲେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ହତ୍ୟା କରାଇ ଦେବି ଭିଡିଓ ଦେଖି ବିଜେପି ଏବଂ ଭିଡିଓରେ ନଜର ଆସୁଥିବା ପୂର୍ବତନ ବିଏସ୍ଏଫ୍ ଯବାନ ତେଜ୍ ବାହାଦୁର ଯାଦବ କହିଲେ ଏହି କଥା

ନୂଆଦିଲ୍ଲୀ: ବିବାଦୀୟ ପୂର୍ବତନ ବିଏସ୍ଏଫ୍ ଯବାନ ତେଜ୍ ବାହାଦୁର ଯାଦବଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ୫୦ କୋଟି ଦେଲେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ହତ୍ୟା କରାଇ ଦେବି ବୋଲି ଏହି ଭିଡିଓରେ କୁହାଯାଉଥିବା ଶୁଣିବାକୁ ମିଳୁଛି।
ଶହଜାଦ୍ ପୁନାୱାଲା ଏହି ଭିଡିଓକୁ ଗତକାଲି ଏହି ଟୁଇଟ୍‌ କରିଥିଲେ। ଏହାର କିଛି ସେକେଣ୍ଡ ମଧ୍ୟରେ ଏହାକୁ ଲୋକେ ଏହାକୁ ସେୟାର କରିବା ଆରମ୍ଭ କରିଥିଲେ। ହଜାର ହଜାର ଲୋକ ଏହି ଭିଡିଓକୁ ଦେଖି ସାରିଛନ୍ତି ଓ ପ୍ରତିକ୍ରିୟା ବି ଦେଇଛନ୍ତି।

ଉତ୍ତର ପ୍ରଦେଶର ବାରାଣସୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଜର ପ୍ରାର୍ଥୀପତ୍ର ଖାରଜ ହେବା ପରେ ତେଜ୍ ବାହାଦୁର ଏଭଳି କାଣ୍ଡ କରିଥିବା କୁହାଯାଉଛି।

publive-image

ଏହି ଭିଡିଓ ଦେଖିବା ପରେ ବିଜେପି ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ଅପରପକ୍ଷରେ ତେଜ ବାହାଦୁର କହିଛନ୍ତି ଯେ ଭିଡିଓରେ ସେ ଅଛନ୍ତି , ମାତ୍ର  ସେହି କଣ୍ଠସ୍ୱର ତାଙ୍କର ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe