ବିଏସଏଫରୁ ବରଖାସ୍ତ ହୋଇଥିବା ଯବାନ ମୋଦିଙ୍କ ବିରୋଧରେ ବାରାଣାସୀରୁ ଲଢ଼ିବେ ନିର୍ବାଚନ

Advertisment
ବିଏସଏଫରୁ ବରଖାସ୍ତ ହୋଇଥିବା ଯବାନ ମୋଦିଙ୍କ ବିରୋଧରେ ବାରାଣାସୀରୁ ଲଢ଼ିବେ ନିର୍ବାଚନ

Asianet News

ନୂଆଦିଲ୍ଲୀ: ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍‌)ରୁ ବାହାର ହୋଇଥିବା ଯବାନ ତେଜ୍‌ ବାହାଦୁର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣାସୀରେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି। ରେୱାଡି ନିବାସୀ ତେଜ୍‌ ବାହାଦୁର ଶୁକ୍ରବାର ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାଜନୀତିରେ ମିଶିବା ପାଇଁ ଘୋଷଣା କରିଥିଲେ। କେବଳ ଏତିିକି ନୁହେଁ ସେ କହିଥିଲେ ଯେ ମୋଦି ଭ୍ରଷ୍ଟାଚାର ମୁକ୍ତ ଭାରତ କଥା କହୁଛନ୍ତି କିନ୍ତୁ ମୁଁ ଯେତେବେଳେ ବିଏସଏଫରେ ଖରାପ ଖାଦ୍ୟକୁ ନେଇ ସ୍ୱର ଉତ୍ତୋଳନ କଲି ମୋତେ ବିଏସଏଫର ବାହାର ରାସ୍ତା ଦେଖାଇ ଦିଆଗଲା । ଏଭଳି ସମୟରେ ସେ ମୋଦିଙ୍କ ବିରୋଧରେ ବାରାଣାସୀରେ ଲଢେଇ କରିବେ ।

publive-image India.com

ତେଜ୍‌ ବାହାଦୁର୍‌ ଭ୍ରଷ୍ଟାଚାର ମୁକ୍ତ ଭାରତର ପ୍ରଚାର କରିବେ ବୋଲି ମଧ୍ୟ କହିଥିଲେ । ସେ କିଛି ମାସ ହେଲା ନିର୍ବାଚନ ଲଢିବାକୁ ଚେଷ୍ଟା କରୁଛନ୍ତି । ବାରାଣାସୀର ଏକ ହଜାରରୁ ଅଧିକ ଲୋକ ତାଙ୍କ ସପକ୍ଷରେ ରହିଛନ୍ତି। ସେ ବାରାଣାସୀର ଭୋଟର ଲିଷ୍ଟରେ ନିଜ ନାମ ମଧ୍ୟ ଲେଖିସାରିଛନ୍ତି । ଖୁବଶୀଘ୍ର ସେ ବାରାଣାସୀ ଅଭିମୁଖେ ନିଜ ଦଳ ସହ ଯିବେ ।

ଉଲ୍ଲେଖଯୋଗ୍ୟ, ତେଜ୍‌ ବାହାଦୁର ବିଏସଏଫ୍‌ରୁ ମିଳୁଥିବା ଖାଦ୍ୟକୁ ଖରାପ କହି ଭିଡିଓ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ଯାହାପରେ ସେ ଖୁବ୍‌ ଚର୍ଚ୍ଚାରେ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe