ତେଜପ୍ରତାପ ଦାୟର କରିଥିବା ଛାଡପତ୍ର ମାମଲା ପ୍ରତ୍ୟାହାର କଲେ

ତେଜପ୍ରତାପ ଦାୟର କରିଥିବା ଛାଡପତ୍ର ମାମଲା ପ୍ରତ୍ୟାହାର କଲେ

CREATOR: gd-jpeg v1.0 (using IJG JPEG v62), quality = 85

ପାଟନା: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବା ଲାଗି ଦାୟର କରିଥିବା ମାମଲାକୁ ପ୍ରତ୍ୟାହାର କରିଛନ୍ତି। ସେ ପାଟନାର ଏକ ଫ୍ୟାମିଲ୍‌ କୋର୍ଟରେ ଦାୟର କରିଥିବା ଛାଡପତ୍ର ମାମଲାକୁ ନିଜ ଆଡୁ ପ୍ରତ୍ୟାହାର କରି ନେଇଛନ୍ତି।

ଗତ ନଭେମ୍ବର ୨ ତାରିଖରେ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ତାଙ୍କର ‘ପଡ଼ୁ ନଥିବା’ ଦର୍ଶାଇ ଛାଡପତ୍ର ଆବେଦନ କରିଥିଲେ। ଗତ ୬ମାସ ତଳେ ଆର୍‌ଜେଡ଼ି  ବିଧାୟକ ଚନ୍ଦ୍ରିକା ରାଏଙ୍କ କନ୍ୟା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାଏଙ୍କ ନାତୁଣୀ ଐଶ୍ୱର୍ଯ୍ୟାଙ୍କ ସହ ତେଜ ପ୍ରତାପଙ୍କ ବିବାହ ହୋଇଥିଲା।

ଗଣମାଧ୍ୟମ ସହ ଆଲୋଚନା ସମୟରେ ତେଜ ପ୍ରତାପ କହିଛନ୍ତି, ଐଶ୍ୱର୍ଯ୍ୟା ଜଣେ ଏମ୍‌ବିଏ ଡିଗ୍ରିଧାରୀ। ବାପା-ମା’ଙ୍କ ଚାପରେ ସେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ଐଶ୍ୱର୍ଯ୍ୟା ଏକ ଭିନ୍ନ ପାରିବାରିକ ପୃଷ୍ଠଭୂମିରୁ ଆସିଥିବାରୁ ତାଙ୍କ ସହିତ ନିଜକୁ ଖାପ ଖୁଆଇ ଚଳି ପାରି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe